ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ, ଦେବେନ୍ଦ୍ର ଫଡନବିସ୍ ଉପମୁଖ୍ୟମନ୍ତ୍ରୀ

ମୁମ୍ୱାଇ : ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେପଟେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍। ମହାରାଷ୍ଟ୍ରର ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ସିନ୍ଦେ ମରାଠୀରେ ଶପଥ ନେଇଛନ୍ତି ।
କହି ରଖୁଛୁ କି ଦେବେନ୍ଦ୍ର ଫଡନବିସ୍ ହିଁ ଘୋଷଣା କରିଥିଲେ କି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ । ସେ ଏହା ବି କହିଥିଲେ କି ସେ ନିଜେ ସରକାରରେ ରହିବେ ନାହିଁ ଏବଂ ବାହାରୁ ରହି ସିନ୍ଦେ ସରକାରକୁ ସାହାଯ୍ୟ କରିବେ । ହେଲେ ପରେ ଜେପି ନଡ୍ଡା ନିଜେ ମିଡ଼ିଆ ସାମ୍ନାକୁ ଆସି କହିଲେ କି ଦଳ ଚାହୁଁଛି କି ସେ ଉପମୁଖ୍ୟମନ୍ତ୍ରୀ ହୁଅନ୍ତୁ ।
ଶପଥ ଗ୍ରହଣ ଅବସରରେ ଏକନାଥ ସିନ୍ଦେଙ୍କର ପରିବାର ମଧ୍ୟ ରାଜଭବନରେ ପହଞ୍ଚିଛନ୍ତି। ସୂଚନା ଯେ, ଏକନାଥ ସିନ୍ଦେ ଉଦ୍ଧବ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଥିଲେ । ଶପଥ ଗ୍ରହଣରେ ଶିବସେନାର ବିଧାୟକ ସାମିଲ ହୋଇ ପାରିନାହାନ୍ତି । ଉଲ୍ଲେଖନୀୟ ଯେ, ବିଦ୍ରୋହୀ ବିଧାୟକଙ୍କୁ ଏହି ସମୟରେ ଗୋଆର ହୋଟେଲରେ ହିଁ ଅଛନ୍ତି । ଶପଥ ବେଳେ ସେମାନେ ଗୋଆର ହୋଟେଲରେ ହିଁ ଉତ୍ସବ ପାଳିଛନ୍ତି । ବିଜେପି ନେତାମାନେ ଶପଥ ଗ୍ରହଣରେ ଉପସ୍ଥିତ ଅଛନ୍ତି ।