PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ନିିର୍ବାଚନକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରୁଛନ୍ତି: ବିଜେପି

ଭୁବନେଶ୍ୱର, ୩୦ ।୧(ବ୍ୟୁରୋ): ରାଜ୍ୟ ସରକାର ଭୋଟ୍‌ ପାଇବାକୁ ମିଛ ଘୋଷଣଶ କରଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମହିଳାମାନଙ୍କୁ ପଇସା ବାଣ୍ଟୁଛନ୍ତି । କେବଳ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପରି କରିବାକୁ ଯାଉଛନ୍ତି ବୋଲି ବିଜେପି ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ସେ ଅଭିଯୋଗ କରିଛନ୍ତି, ପ୍ରତି ସ୍ୱୟଂ ସହାୟକ ଗୋଷ୍ଠିକୁ ରାଜ୍ୟ ସରକାର ୩ ବର୍ଷରେ ୧୫୦୦୦ ଟଙ୍କା ଦେବାକୁ ଯାଉଛନ୍ତି । ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀରେ ୧୦ରୁ ୧୫ ଜଣ ମହିଳା ସଦସ୍ୟ ଅଛନ୍ତି । ତାହଲେ ମୁଣ୍ଡ ପିଛା ୧୦୦୦ ଟଙ୍କା ପ୍ରତି ମହିଳାକୁ ମିଳିବ । ୩ ବର୍ଷରେ ଜଣେ ମହିଳାକୁ ୧୦୦୦ ଟଙ୍କା ମିଳିଲେ ତାର କଣ ଆର୍ଥନୈତିକ ବିକାଶ ହେବ ବୋଲି ଶ୍ରୀମତି ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀ ପିଛା ୬୨ ହଜାର ଟଙ୍କା ମିଳିଥିବା ବେଳେ ଓଡିଶାରେ ଏହା ମାତ୍ର ୧୪୫୪୧ ଟଙ୍କା । ସେହିପରି ଓଡିଶାରେ ୬ ଲକ୍ଷ ଏସଚଜି ଗ୍ରୁପ ଥିଲା ବେଳେ ଏବେ ଯାଏ ମାତ୍ର ୭୨ ହଜାରର ଏସଏଚଜିଙ୍କୁ ଋଣ ମିଳିଛି ବୋଲି ଶ୍ରୀମତି ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଚିଟଫଣ୍ଡର ଭୂତ ଗୋଡ଼ାଉଥିବାରୁ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହେଲେନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।