ଯୁବତୀଙ୍କୁ ମାଡ଼ ମାରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା, ଭିଡ଼ିଓ ଭାଇରାଲ୍ ପରେ ଆକ୍ସନ ମୁଡ଼ରେ ସିଏମ୍ ହେମନ୍ତ ସୋରେନ

ପାକୁଡ଼, ୨୨/୫ : ଝାଡ଼ଖଣ୍ଡର ପାକୁଡ଼ ଜିଲ୍ଲାରେ ଜନୈକ ଛାତ୍ରୀଙ୍କୁ ମାଡ଼ ମାରିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଯେତେବେଳେ ସୋସିଆଲ ମିଡ଼ିଆ ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟରେ ପହଞ୍ଚିଥିଲା ତ ସେତେବେଳେ ସେ ଟ୍ବିଟରରେ ରିପ୍ଲାଇ ଦେଇ ପାକୁଡ଼ ପୁଲିସକୁ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି।
एक लड़का एक आदिवासी लड़की को बुरी तरह से मार रहा है और दूसरे लड़के इसकी विडियो बना रहे हैं. लड़की St Stanislaus H S hathimara पाकुड़ में पढ़ती है और लड़का रोलामारा गाँव, महेशपुर ब्लॉक, पाकुड़ जिले का है. आदिवासी महिलाओं pr लगातार हिसंक विडियो होते हैं @Alamgircongress pic.twitter.com/sY97FrUBy2
— Rajni Murmu (@murmu_rajni) May 21, 2022
ପ୍ରକାଶ ଯେ, ପାକୁଡ଼ର ମହେଶପୁର ଥାନା ଅଞ୍ଚଳ ରୋଳାଗ୍ରାମର ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡ଼ିଓରେ ଜଣେ ଯୁବକ ସ୍କୁଲ ଡ୍ରେସରେ ଥିବା ଜନୈକ ଛାତ୍ରୀଙ୍କୁ ମାଡ଼ ମାରୁଥିବା ନଜର ଆସୁଛନ୍ତି । ରଜନୀ ମୁର୍ମୁ ନାମକ ଏକ ଟ୍ବିଟର ଆକାଉଣ୍ଟରୁ ଏହି ଭିଡ଼ିଓକୁ ସେୟାର କରାଯାଇଥିଲା । ଏହି ଭିଡ଼ିଓକୁ ସେୟାର କରାଯିବା ସମୟରେ ନିଜ ଟ୍ବିଟରେ ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ବିଭାଗର ମନ୍ତ୍ରୀ ଏବଂ ପାକୁଡ଼ ବିଧାନସଭା ସିଟର ବିଧାୟକ ଆଲମଗୀର ଆଲମଙ୍କୁ ଟ୍ୟାଗ୍ କରିଛନ୍ତି ।