PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

‘ଗଣତନ୍ତ୍ରକୁ ମଜାକ୍‌ରେ ପରିଣତ କରି ସାରିଲେଣି କେନ୍ଦ୍ର ସରକାର’: ଅଧ୍ୟାଦେଶ ବିରୋଧରେ ବର୍ଷିଲେ କେଜରିଓ୍ବାଲ ଓ ମମତା

ନୂଆଦିଲ୍ଲୀ ୨୩/ ୦୫: କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମୋର୍ଚ୍ଚା ଆରମ୍ଭ କରି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । କେନ୍ଦ୍ର ପକ୍ଷରୁ ଆଗତ ଜାତୀୟ ରାଜଧାନୀ ପ୍ରଶାସନିକ ସେବା ପ୍ରାଧିକରଣ (NCCSA) ଅଧ୍ୟାଦେଶ ବିରୁଦ୍ଧରେ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଗତ ଶୁକ୍ରବାର କେନ୍ଦ୍ର ପକ୍ଷରୁ ଏଭଳି ଅଧ୍ୟାଦେଶ ଅଣାଯିବା ପରେ ତୀବ୍ର ବିରୋଧ କରିଥିଲେ କେଜରିଓ୍ବାଲ । ପରେ ସେ ପଶ୍ଚିମବଙ୍ଗ ସିଏମ୍‌ ମମତା ବାନାର୍ଜୀଙ୍କୁ ଭେଟି ଅଧ୍ୟାଦେଶ ବିରୁଦ୍ଧରେ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି ।

ସୂଚନା ଯେ, ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ଉପରେ କେଜରିଓ୍ବାଲ ସରକାରଙ୍କ ନିୟନ୍ତ୍ରଣ ରହିବା ସପକ୍ଷରେ ରାୟ ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ତେଣୁ ଅମଲା ମାନଙ୍କ ଉପରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ଶୁକ୍ରବାର ଜାତୀୟ ରାଜଧାନୀ ପ୍ରଶାସନିକ ସେବା ପ୍ରାଧିକରଣ (NCCSA) ଅଧ୍ୟାଦେଶ ଜାରି କରିଥିଲେ କେନ୍ଦ୍ର ସରକାର । ଏହା ବିରୁଦ୍ଧରେ ଦିଲ୍ଲୀ ସରକାର ବିରୋଧୀଙ୍କ ସମର୍ଥନ ଜୁଟାଇବା ଆରମ୍ଭ କରିଦେଇଛନ୍ତି ।

କେନ୍ଦ୍ରର ଅଧ୍ୟାଦେଶ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ‘ଦିଲ୍ଲୀର ଆମର ସରକାର ଆସିବା ପରେ କେନ୍ଦ୍ର ସରକାର ସମସ୍ତ କ୍ଷମତା ନିଜ ହାତକୁ ନେଇଯାଇଥିଲେ । ୮ ବର୍ଷ ଧରି ଲଢେଇ କରିବା ପରେ ସୁପ୍ରିମକୋର୍ଟରେ ଆମର ବିଜୟ ହୋଇଥିଲା । କିନ୍ତୁ ଏବେ ସେମାନେ ଅଧ୍ୟାଦେଶ ଆଣିଛନ୍ତି । ଯେତେବେଳେ କି ସୁପ୍ରିମକୋର୍ଟ ବନ୍ଦ ରହିଥିଲା । ସେମାନେ ଗଣତନ୍ତ୍ରକୁ ମଜାକ୍‌ରେ ପରିଣତ କରିଦେଇଛନ୍ତି । ଦେଶର ଯେଉଁଠି ବି ବିଜେପି ସରକାରରେ ନାହିଁ ସେଠାରେ ସେମାନେ ବିଧାୟକମାନଙ୍କୁ କିଣି ନେଉଛନ୍ତି ନଚେତ୍‌ ରାଜ୍ୟ ସରକାର ଗୁଡିକୁ ହଇରାଣ କରିବା ପାଇଁ ତଦନ୍ତକାରୀ ସଂସ୍ଥାଗୁଡିକୁ ବ୍ୟବହାର କରୁଛନ୍ତି ନଚେତ୍‌ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଲଗାଇ ଦେଉଛନ୍ତି । ତେଣୁ ଆମେ ଯଦି ରାଜ୍ୟସଭାରେ ତାଙ୍କୁ ପରାସ୍ତ କରିପାରିବା ତେବେ ଯାଇ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ସେମି-ଫାଇନାଲ ହେବ’।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ଆମେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସମ୍ମାନ କରୁ ଏବଂ କେବଳ ସର୍ବୋଚ୍ଚ ନ୍ୟାୟାଳୟ ହିଁ ଏ ଦେଶକୁ ରକ୍ଷା କରିପାରିବେ । ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ କେନ୍ଦ୍ର ଏଭଳି ଅଧ୍ୟାଦେଶ ଆଣିଛି । ମୁଁ ସମସ୍ତ ଦଳଙ୍କୁ ଅପିଲ୍‌ କରୁଛି, ସମସ୍ତେ ଏକାଠି ହୋଇ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରନ୍ତୁ । ଏହା ଏକ ବଡ ସୁଯୋଗ । କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଆମ ଦଳ (ତୃଣମୂଳ କଂଗ୍ରେସ) ରାଜ୍ୟସଭାରେ ବିରୋଧ କରିବ ।

ସମ୍ବନ୍ଧିତ ଖବର