ଭୁବନେଶ୍ୱର,୨୧/୦୬; ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସବୁଠି ଭବ୍ୟ ଆୟୋଜନ ହୋଇଛି । ଦେଶ ଯୋଗମୟ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ସାମିଲ ହୋଇ ଯୋଗାଭ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇଛନ୍ତି । ଶାରୀରିକ, ବୌଦ୍ଧିକ, ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ । ପୃଥିବୀର ସବୁ ଦେଶରେ ଯୋଗ ଦିବସ ପାଳନ କରାଯାଉଛି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଯୋଗ ଦିବସ ପାଳନ ହେଉଛି । ଦୈନନ୍ଦିନ ଜୀବନରେ ଯୋଗ ଓ ପ୍ରାଣାୟମକୁ ସାମିଲ କରନ୍ତୁ । ଦିନକୁ ୨୦ରୁ ୩୦ମିନିଟ୍ ଯୋଗଭ୍ୟାସ କର । ଚାପମୁକ୍ତ ଜୀବନ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ନିହାତି ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦିବସ ଅଭିଭାଷଣରେ କହିଛନ୍ତି, ''ଔଷଧ ଖାଇବା ପୂର୍ବରୁ ଯୋଗ କର । ବୟସ୍କଙ୍କ ପାଇଁ ବାର୍ତା, ଯୋଗ ହିଁ ବାର୍ଦ୍ଧକ୍ୟର ଔଷଧ । ଯୁବକଙ୍କୁ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମୋବାଇଲ୍ ଛାଡ, ମ୍ୟାଟ୍ ଧର । ଡାକ୍ତର, ମେଡିକାଲ ସାଇନ୍ସ ଅଛି, କିନ୍ତୁ ତା ପାଖକୁ ଯିବା ପୂର୍ବରୁ ନିଜେ ଫିଟ୍ ରୁହ । ବୟସ ବଢିଲେ BP, ଟେନସନ୍ ସ୍ୱାସ୍ଥ୍ୟ ସମସ୍ୟା ଆସେ - ତେଣୁ ବୃଦ୍ଧ ହେବା ପୂର୍ବରୁ ନିଜକୁ ପ୍ରସ୍ତୁତ କର । ଯୋଗ ଓ ପ୍ରାଣାୟାମ ବାଧ୍ୟତାମୂଳକ । ବୟସ୍କ ଲୋକ ନିଶ୍ଚୟ ଯୋଗ ପଦ୍ଧତି ଆପଣାନ୍ତୁ ।''

ଯୁବପିଢିଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, '' ସୋସିଆଲ ମିଡିଆ ଦେଖନି, ୨୦ରୁ ୩୦ ମିନିଟ୍ ଯୋଗାଭ୍ୟାସ କର । ମୋବାଇଲ୍ ଛାଡି,ମ୍ୟାଟ୍ ଧର । ଯୋଗ କଲେ ଆତ୍ମବିଶ୍ୱାସ ବଢେ, ରୋଗ କମେ । ଏହା ଅଭ୍ୟାସ କରିବା ଜରୁରୀ ।  ସ୍କୁଲ୍, କଲେଜରେ ଯୋଡାଯିବ ଯୋଗ ଚାପ୍ଟର । ମୁଖ୍ୟ ଲକ୍ଷ୍ୟ ଯୋଗକୁ ଜନ ଆନ୍ଦୋଳନ କରିବା, ଘରେ ଘରେ ପହଞ୍ଚାଇବା । ରାଜ୍ୟ ସରକାର ଜଟଣୀର ବିଂଝାଗିରି ଠାରେ ୨୦ ଏକର ସ୍ଥାନରେ ଯୋଗ ଅନୁଷ୍ଠାନ ନିର୍ମାଣ ହେବ । ''

ଏହା ବି ପଢନ୍ତୁ...୩୪.୬୪ଲକ୍ଷରୁ ଊର୍ଦ୍ଧ୍ବ କୃଷକଙ୍କ ବ୍ୟାଙ୍କ ଖାତାକୁ ଗଲା ୬୯୨. ୮୬କୋଟି ଟଙ୍କା