ଭୁବନେଶ୍ୱର,୦୩/୧୧: ତୃତୀୟ ଏସିଆନ ୟୁଥ ଗେମ୍ସ ୨୦୨୫ରେ ଇତିହାସ ରଚିଛି ଭାରତ । ୪୮ ପଦକ ଜିତି ରେକର୍ଡ କରିଛି ଟିମ୍ ଇଣ୍ଡିଆ । ମେଡାଲ ତାଲିକାରେ ୬ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଆଥଲେଟ୍‌ଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭାରତ ଜିତିଥିବା  ମୋଟ ୪୮ ପଦକରୁ ୧୩ ସ୍ୱର୍ଣ୍ଣ, ୧୮ ରୌପ୍ୟ ଏବଂ ୧୭ କାଂସ୍ୟ ରହିଛି ।

ସୋସିଆଲ ମିଡିଆ ଏକ୍ସରେ ଭାରତକୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି,  ତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ରେ ଉଲ୍ଲେଖନୀୟ ଏବଂ ଐତିହାସିକ ପ୍ରଦର୍ଶନ ପାଇଁ ଆମ ଯୁବ ଖେଳାଳିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ ୧୩ ସ୍ୱର୍ଣ୍ଣ, ୧୮ ରୌପ୍ୟ ଏବଂ ୧୭ କାଂସ୍ୟ ସମେତ ମୋଟ ୪୮ ପଦକ ହାସଲ କରି ସର୍ବୋତ୍ତମ ପଦକ ତାଲିକା ହାସଲ କରିଛି । ଅସାଧାରଣ ସଫଳତା ଆମର ପ୍ରତିଭାବାନ ଯୁବପିଢ଼ିଙ୍କ ଅଟଳ ପ୍ରତିବଦ୍ଧତା, ଶୃଙ୍ଖଳା ଏବଂ ଉତ୍କର୍ଷତାକୁ ପ୍ରତିଫଳିତ କରୁଛି । ଖେଳାଳି, ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଉଛି । ସେମାନଙ୍କର ନିରନ୍ତର ସଫଳତା ଏବଂ ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭକାମନା ଜଣାଉଛି ।''