ଭୁବନେଶ୍ଵର, ୦୧/୦୨ : ବଜେଟ୍ ୨୦୨୫-୨୬ରେ ଅର୍ଥମନ୍ତ୍ରୀ ଆୟକରଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ  ହାସଟ୍ୟାଗ୍ ଦେଇ ଲେଖିଛନ୍ତି ଯେ, ବିକଶିତ ଭାରତ ବଜେଟ୍-୨୦୨୫। ଏହା ନାଗରିକଙ୍କୁ ସଶକ୍ତ ଓ ଅର୍ଥନୀତିକୁ ସମୃଦ୍ଧ କରିବ। 

୨୦୨୫-୨୬ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ ଘୋଷଣା କରିଛନ୍ତି। ଇନକମ ଟ୍ୟାକ୍ସକୁ ନେଇ ଆୟକରଦାତାଙ୍କୁ ବଡ ଉପହାର ମିଳିଛି । ୧୨ ଲକ୍ଷ ଯାଏଁ ଆୟକର ଛାଡ ହୋଇଛି । ଅର୍ଥାତ ୧୨ ଲକ୍ଷ ଯାଏ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ବଜେଟରେ ଏହି ଘୋଷଣା ପରେ ମଧ୍ୟବିତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଉ ଟ୍ୟାକ୍ସ ଭରିବା ନେଇ ସେମାନଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଏହା ସହିତ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୧୨ ଲକ୍ଷ ଯାଏ ଟ୍ୟାକ୍ସ ଛାଡ ଘୋଷଣା ଦେବା ପରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ମିଳିଛି ।