PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜିଠୁ କମିବ ଶୀତ, ୯ରେ ପୁରୀ ଓ ଖୋର୍ଦ୍ଧା ସହ ଦକ୍ଷିଣ ଓଡ଼ିଶାରେ ବର୍ଷା
  • ||
  • ନୂଆପଡା: ଭିଜିଲାନ୍ସ ଜାଲରେ ଫରେଷ୍ଟର ,୧୩ ଲକ୍ଷ ୮୫ ହଜାର ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ମାଡ଼ି ବସିଥିଲା ଟିମ୍
  • ||
  • ଭୁବନେଶ୍ୱର: ଚାକିରି ନାଁରେ ଠକେଇ ଘଟଣା: ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା, କହିଲେ ‘ମୋ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଚାଲିଛି’..
  • ||
  • ବରଗଡ: ଆଜି ଖୋଲିବ ପଦ୍ମପୁର ପ୍ରାର୍ଥୀଙ୍କ ଭାଗ୍ୟ: ୧୪ଟି ଟେବୁଲ, ୨୩ ରାଉଣ୍ଡରେ ହେବ ଭୋଟ ଗଣତି
  • ||

ଦାମଙ୍କ ଘରେ ନବୀନ, କଲେ ସ୍ନେହଲତାଙ୍କ ଶେଷ ଦର୍ଶନ

ଭୁବନେଶ୍ୱର ୨୧/୩: ଦାମଙ୍କ ବାସଭବନରେ ପହଞ୍ଚିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମଙ୍କ ସରକାରୀ ବାସଭବନରେ ପହଞ୍ଚି ସ୍ନେହଲତାଙ୍କ ଶେଷଦର୍ଶନ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କ ପତ୍ନୀ ତଥା ବିଜେଡି ସାଧାରଣ ସମ୍ପାଦକ ସମ୍ବିତ୍ ରାଉତରାୟଙ୍କ ମାତା ସ୍ନେହଲତାଙ୍କ ଶେଷ ଦର୍ଶନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ । ସ୍ନେହଲତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ଯ ଅର୍ପଣ କରି ଆତ୍ମାର ସଦଗତି ପାଇଁ କାମନା କରିଥିଲେ ନବୀନ ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ପହଞ୍ଚି ସ୍ନେହଲତାଙ୍କୁ ଶେଷ ଦର୍ଶନ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ବୈଜୟନ୍ତ ପଣ୍ଡା ଶେଷ ଦର୍ଶନ କରିଛନ୍ତି । କେଭି ସିଂଦେଓ ମଧ୍ଯ ଅନେକ ସମର୍ଥକଙ୍କ ସହ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସ୍ନେହଲତା ମହାପାତ୍ର । ଗତ କିଛି ଦିନ ଧରି କିଡନୀ ରୋଗରେ ପୀଡିତ ହୋଇ  ଚିକିତ୍ସିତ ହେଉଥିଲେ ସ୍ନେହଲତା ।

ଅଧିକ ପଢନ୍ତୁ ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କ ପତ୍ନୀ ସ୍ନେହଲତାଙ୍କ ପରଲୋକ