ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଫୁଲବାଣୀ ବିଜୁ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ଯୁବଗୋଷ୍ଠୀ ସମାଜ କଲ୍ୟାଣ ପାଇଁ କାମ କରନ୍ତୁ

ଫୁଲବାଣୀ, ୧୦ା୨(ଆପ୍ର): ହଜାର ହଜାର ଯୁବକ ଯୁବତୀ ଆଜି କନ୍ଧମାଳ ଷ୍ଟାଡିୟମରେ ଅପେକ୍ଷା କରି ରହିଥିଲେ । କେତେ ବେଳେ ମୁଖ୍ୟମନ୍ତ୍ରୀ ଆସିବେ, ଏହାକୁନେଇ ଉତ୍କଣ୍ଠା ଭରି ରହିଥିଲା ସେମାନଙ୍କ ମଧ୍ୟରେ । ନବୀନ ପଟ୍ଟନାୟକ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ‘ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌’ ସ୍ଲୋଗାନ । ମୁଖ୍ୟମନ୍ତ୍ରୀ ହାତ ହଲାଇ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । କନ୍ଧମାଳ ଜିଲା ପାଇଁ ଆଜି ୨୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କଲି । ଜିଲାର ପ୍ରଗତିରେ ଏହା ସହାୟକ ହେବ । ମୁଁ ଖୁସି, ଆପଣମାନେ ଖୁସି ତ? ଏ ଥିଲା ଆଜି ଫୁଲବାଣୀଠାରେ ଆୟୋଜିତ ଆଞ୍ଚଳିକ ବିଜୁ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ପଦ ।
ରାଜ୍ୟର ବିକାଶରେ ଯୁବଗୋଷ୍ଠୀଙ୍କ ଉଲ୍ଲେଖନୀୟ ଅବଦାନ ସଂପର୍କରେ ବର୍ଣ୍ଣନା କରି ଖୁସିର ବାର୍ତ୍ତା ବାଣ୍ଟିଥିଲେ ନବୀନ । ଯୁବଗୋଷ୍ଠୀ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରୁନ୍ତୁ ବୋଲି ସେ ସଭାରେ ଯୁବକମାନଙ୍କୁ ଆହ୍ୱାନ ଜଣାଇଥିଲେ ।
ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇଥିବାବେଳେ ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିବାହୀ ଅରୂପ ମୋହନ ପଟ୍ଟନାୟକ ବିଜୁ ଯୁବ ବାହିନୀ ଗଠନର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । ତିତ୍‌ଲି ବାତ୍ୟା ସମୟରେ ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରାଜ୍ୟବାସୀଙ୍କୁ ଅନୁପ୍ରାଣିତ କରିଛି ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମ ଅବସରରେ କନ୍ଧମାଳରେ ହୋଇଥିବା ୨୫୦ କୋଟିର ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି । କନ୍ଧମାଳରେ ଭିତ୍ତିଭୂମିର ବିକାଶ ପାଇଁ ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ ୪ଟି ଘୋଷଣା କରିଛନ୍ତି । ନୂଆ ଭିପଦର ଠାରେ ସାଲୁଙ୍କୀ ନଦୀ ଉପରେ ୧୫ କୋଟି ଟଙ୍କା ବ୍ୟୟରେ ହାଇଲେବଲ୍‌ ସେତୁ ନିର୍ମାଣ କରାଯିବ । ବାଲିଗୁଡ଼ା ବ୍ଲକ୍‌ରେ ୮ କୋଟି ଟଙ୍କା ଖର୍ଚ୍ଚରେ ଖମାରିଖୋଲ- ଗୁଡ଼ିମାସ୍କା ରାସ୍ତାର ଉନ୍ନତୀକରଣ, ୧୭ କୋଟି ବ୍ୟୟବରାଦରେ ମାଣିକେଶ୍ୱରୀ- ରାଇକିଆ- କରଡ଼ା ରାସ୍ତାର ନିର୍ମାଣ, ବାଲିଗୁଡ଼ା ଅଞ୍ଚଳରେ ୭ କୋଟି ଟଙ୍କାରେ ପାଇପ୍‌ ପାଣି ଯୋଗାଣ ଦିଆଯିବ ବୋଲି ଘୋଷଣା କରାଯାଇଛି । ସେହିପରି ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ୫ କୋଟି ୭ ଲକ୍ଷ ୪୫ ହାଜର ବ୍ୟୟରେ ନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଏବଂ ସମାନ ଅର୍ଥ ବ୍ୟୟରେ ଛାତ୍ରୀ ନିବାସ, ମହିଳା ମହାବିଦ୍ୟାଳୟରେ ଛାତ୍ରୀ ନିବାସ, ୪ କୋଟି ୫୦ ଲକ୍ଷ ବ୍ୟୟରେ ଫୁଲବାଣୀରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ୨ଟି ଛାତ୍ରାବାସ, ୩ କୋଟି ୫୦ ଲକ୍ଷ ବ୍ୟୟରେ କସମର ମସଲା ପ୍ରକ୍ରୀୟାକରଣ ଉଦ୍ୟୋଗର ଆଧୁନିକୀକରଣ, ୨ କୋଟି ୧୭ ହଜାର ଟଙ୍କା ବ୍ୟୟରେ ଫୁଲବାଣୀଠାରେ ସ୍ୱୟଂଚାଳିଚ ଡ୍ରାଇଭିଂ ଟ୍ରାକ, ଏକ କୋଟି ୯୩ ଲକ୍ଷ ୧୨ ହଜାର ଟଙ୍କାର ପଞ୍ଚାୟତ ସମ୍ବଳ କେନ୍ଦ୍ର, ଏକ କୋଟି ୩୫ ଲକ୍ଷ ବ୍ୟୟରେ ବଇଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତୀକରଣ, ୧ କୋଟି ଟଙ୍କାରେ ଫୁଲବାଣୀଠାରେ ନିର୍ମିତ ଜିଲା ପାଠାଗାର, ୪ କୋଟି ୫୦ ଲକ୍ଷ ବ୍ୟୟରେ ଜି.ଉଦୟଗିରିରେ ଏସ୍‌ଟି ଛାତ୍ରାବାସ, ଟିକାବାଲିଠାରେ ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ୩ କୋଟି ବ୍ୟୟରେ ନିର୍ମିତ ହଷ୍ଟେଲ, ରାଇକିଆ ବ୍ଲକରେ ୧ କୋଟି ୭୨ ଲକ୍ଷ ୯୬ ହାଜର ଟଙ୍କାର ପାଇପ ଜଳ ଯୋଗାଣ ପ୍ରକଳ୍ପ, ଏକ କୋଟି ୬ ଲକ୍ଷ ୯୮ ହାଜର ଟଙ୍କାରେ ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତୀକରଣ, ୧ କୋଟି ୪ ହଜାର ବ୍ୟୟରେ ରାଇକିଆର ମଣ୍ଡାକିଆରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା, ୫ କୋଟି ୨୪ ଲକ୍ଷ ଟଙ୍କାର କୋଟଗଡ଼ ବ୍ଲକର ସୁବର୍ଣ୍ଣଗିରି-ଶ୍ରୀରାମପୁର ରାସ୍ତାରେ ନିର୍ମିତ ପୋଲ, ୨ କୋଟି ୮୮ ଲକ୍ଷ ୭୭ ହଜାର ଟଙ୍କାରେ କୁଦୁତୁଲିଠାରେ ଆଦର୍ଶ ବିଦ୍ୟାଳୟ, ୨ କୋଟି ୨୭ ଲକ୍ଷ ୬୫ ହଜାର ବ୍ୟୟରେ କୋଟଗଡ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ, ଏକ କୋଟି ୫୬ ଲକ୍ଷ ୪୪ ହଜାର ବ୍ୟୟରେ କୋଟଗଡ ହାଇସ୍କୁଲର ଭିତ୍ତିଭୂମି ଉନ୍ନତୀକରଣ, ୧ କୋଟି ୫୦ ଲକ୍ଷ ୫୯ ହଜାରରେ କେ.ନୂଆ ଗାଁ ବ୍ଲକର ଗୁଞ୍ଜିବାଡିରେ ନିର୍ମିତ ଧରମପୁର ପୋଲ ।
ଏଥିସହ ଓଡ଼ିଶା ୟୁଥ ଆଇକନ୍‌ ଭିଡ଼ିଓକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୁ ଯୁବବାହିନୀର ବିଭିନ୍ନ କ୍ଷେତ୍ରରେ କୃତୀ ସଦସ୍ୟଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ସହରୀ ବାସିନ୍ଦା ହଜାରେ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ଯୁବବାହିନୀର ସ୍ୱେଚ୍ଛାସେବୀ ଦାଶରଥି ବେହେରା ଓ ଅନ୍ୟମାନେ ନିଶାମୁକ୍ତି ଓ ବୃକ୍ଷରୋପଣ ପାଇଁ ଯୁବ ବାହିନୀ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ । ନୃତ୍ୟାୟନ ଓ ପ୍ରିନ୍ସ ଡ୍ୟାନ୍‌ସ ଗ୍ରୁପର କଳାକରମାନେ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମେତ ଜିଲାର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଡ. ବୃନ୍ଦା ଡି, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଫୁଲବାଣୀ ଉପଜିଲାପଳ ନିମାଇଁ ଚରଣ ସୂତାର କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରିଥିଲେ ।
ଆୟୋଜିତ ଯୁବ ବାହିନୀ ସମାବେଶରେ କନ୍ଧମାଳ ସମେତ ବୌଦ୍ଧ, ଗଂଜାମ, ଗଜପତି ଓ ନୟାଗଡ ଜିଲାରୁ ପ୍ରାୟ ୨୫ ହାଜର ଯୁବ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ । ସନ୍ଧ୍ୟାରେ ବଲିଉଡ ଗାୟକ ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିୟମଠାରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି ।

Copyright © 2022 - Summa Real Media Private Limited. All Rights Reserved.