PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

‘କାଳିଆ’ କଲ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,12।1(ବୁୟରୋ): ‘କାଳିଆ’ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲାଗି ପଡ଼ିଛନ୍ତି ସରକାର। ଏହି ପରିପ୍ରେକ୍ଷୀରେ ଯୋଜନାର କାର୍ଯ୍ୟକାରିତା ପରଖିବା ପାଇଁ ‘କାଳିଆ’ କଲ୍ ସେଣ୍ଟରରେ ଆଜି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ। ହେଲ୍ପ ଲାଇନ୍ ନମ୍ବରକୁ ଫୋନ୍ କରିଥିବା ଜଣେ ଚାଷୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ବି ହେଲେ। ସଂପୃକ୍ତ ଚାଷୀଙ୍କ ପ୍ରଶ୍ନର ଉତ୍ତର ରଖିଲେ। ଏହାସହ ଆସନ୍ତାକାଲିଠାରୁ ‘କାଳିଆ’ ହେଲ୍ପ ଲାଇନ୍ ସେଣ୍ଟରକୁ 24 ଘଣ୍ଟିଆ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦଶେ ଦେଇଛନ୍ତି।
‘କାଳିଆ’ ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ପାଇଁ ଜାରି ହୋଇଛି ହେଲ୍ପ ଲାଇନ୍ ନମ୍ବର। ଏଥିପାଇଁ ଆଚାର୍ଯ୍ୟବିହାରସ୍ଥିତ ଓକାକ୍ ବିଲ୍ଡିଂରେ ‘କାଳିଆ’ ଯୋଜନା ଲାଗି ଏକ କଲ୍ ସେଣ୍ଟର ଖୋଲାଯାଇଛି। ହେଲ୍ପଲାଇନ୍ ନମ୍ବରରେ ଆସୁଥିବା ଫୋନ୍ କଲ୍ଗୁଡ଼ିକୁ ଏଠାରୁ ରିସିଭ୍ କରାଯିବା ସହ ଚାଷୀଙ୍କୁ ଆବଶ୍ୟକ ସୂଚନା ଦିଆଯାଉଛି। ଏହି କଲ୍ ସେଣ୍ଟରର କାର୍ଯ୍ୟ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ସେଠାରେ ପହଞ୍ଚିଥିଲେ। ଏହି ସମୟରେ ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରିଥିଲେ ଗଞ୍ଜାମ ଜିଲ୍ଲା ଚିକଲାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବସନାପାଲି ଗାଁର ଚାଷୀ ବି. ମାଧବସ୍ବାମୀ। ମୁଖ୍ୟମନ୍ତ୍ରୀ ‘କାଳିଆ’ କଲ୍ସେଣ୍ଟରରୁ ଏହି ଚାଷୀଙ୍କ ସହ କଥା ହୋଇଥିଲେ।
ପରେ ହେଲ୍ପଲାଇନ୍ ସେଣ୍ଟରର ବୈଷୟିକ ଟିମ୍ ଓ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଚାଷୀଙ୍କ ସୁବିଧା ପାଇଁ ଆସନ୍ତାକାଲି (ରବିବାର)ଠାରୁ ‘କାଳିଆ’ ସେଣ୍ଟରକୁ 24 ଘଣ୍ଟିଆ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦଶେ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ, ‘କାଳିଆ’ ଯୋଜନା ସଂପର୍କରେ ସୂଚନା ଦେବା ପାଇଁ ରାଜ୍ୟ ସରକାର ନିଃଶୁଳ୍କ ଟୋଲ୍ ଫ୍ରି ନମ୍ବର 1800-572-1122 ଜାରି କରିଛନ୍ତି। ଏହି ହେଲ୍ପଲାଇନ୍ ନମ୍ବରରେ ଫୋନ୍ କରି କୃଷକମାନେ ନିଜ ଅଭିଯୋଗ ପଞ୍ଜୀକରଣ କରିବା ସହ ଯୋଜନା ବିଷୟରେ ସୂଚନା ପାଇପାରିବେ। ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଏହି ହେଲ୍ପଲାଇନ୍ ଖୋଲା ରହୁଥିଲା। ଆସନ୍ତାକାଲିଠାରୁ ଏହା 24 ଘଣ୍ଟା କାମ କରିବ।