ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଏହି ରାଜ୍ୟରେ ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୧୦୦ଟଙ୍କା, ଜାଣନ୍ତୁ କେବେ ଓ କେଉଁଠି...

Published By : Anindita Ratha | February 28, 2025 12:32 PM

ନୂଆଦିଲ୍ଲୀ, ୨୮/୦୨: ମହିଳାଙ୍କ ପାଇଁ  ହରିୟାଣା ସରକାରଙ୍କ ବଡ଼ ଘୋଷଣା । ଏଣିକି ପ୍ରତି ମାସରେ ମହିଳାଙ୍କୁ ମିଳିବ ୨୧୦୦ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି । ହରିୟାଣାରେ ବିଧାନସଭା ନିର୍ବାଚନ ୨୦୨୪ ଅକ୍ଟୋବର  ୫ ରେ ଅନୁଷ୍ଠିତ ହୋଇଥିଲା। ଯାହାର ଫଳାଫଳ ୮ ଅକ୍ଟୋବର ୨୦୨୫ରେ ଆସିଥିଲା। ଏଠାରେ ବିଜେପି ବହୁମତରେ ଜିତିଥିଲା।

ତେବେ ନିର୍ବାଚନ ସମୟରେ ବିଜେପି  ମହିଳାଙ୍କୁ ପ୍ରତି ମାସରେ  ୨୧୦୦ଟଙ୍କା  ଆର୍ଥିକ ସହାୟତା ଦେବ ବୋଲି ପ୍ରତିଶୃତି ଦେଇଥିଲା । ଯାହା  ଆଜି  ପୂରଣ କରିଛି। ୧୮ ରୁ ୬୦ ବର୍ଷ ବୟସର ମହିଳାଙ୍କୁ ଲାଡୋ ଲକ୍ଷ୍ମୀ ଯୋଜନାର ଲାଭ ଦେବାକୁ ଘୋଷଣା କରିଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଏହାର ଲାଭ କେଉଁ ମହିଳାଙ୍କୁ ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି କହିଛନ୍ତି ଯେ, ଯେଉଁ ମହିଳାମାନଙ୍କର ପରିବାରର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ପର୍ଯ୍ୟନ୍ତ, ସେମାନଙ୍କୁ ଏହାର ଲାଭ ମିଳିବ। ୭ ମାର୍ଚ୍ଚ ପରେ ମହିଳାମାନେ ଲାଡୋ ଲକ୍ଷ୍ମୀ ଯୋଜନାର ଲାଭ ପାଇବେ।

ସରକାର ଏହି ଯୋଜନାକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ମହିଳାମାନଙ୍କ ପାଇଁ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୫୨.୯୫ ଲକ୍ଷ ବିପିଏଲ୍ ପରିବାର ଅଛନ୍ତି, ଯେଉଁଥିରୁ ପ୍ରାୟ ୫୦ ଲକ୍ଷ ମହିଳା ଅଛନ୍ତି। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରତିବର୍ଷ ଏହି ଯୋଜନା ପାଇଁ ୧୦ ରୁ ୧୨ ହଜାର କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାର ଲାଭ ପାଇବା ପାଇଁ, ମହିଳାମାନଙ୍କୁ ଜନ୍ମ ପ୍ରମାଣପତ୍ର ଏବଂ ପରିବାର ଆୟ ପ୍ରମାଣପତ୍ର ସମେତ ଅନେକ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.