ଭୁବନେଶ୍ୱର ୨୬/୧୧ : ୨୬ ନଭେମ୍ବର ୨୦୦୮ ରାତିରେ ମୁମ୍ବାଇରେ ଆତଙ୍କର ଲହରୀ ଖେଳିଯାଇଥିଲା। ଯାହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଆକ୍ରମଣରେ ୧୫୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଆଜି ସେହି ଭୟଙ୍କର ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୭ବର୍ଷ। ସେହି କଳା ଦିନ ମନେ ପଡିଲେ ଭୟରେ ଥରି ଉଠେ ପ୍ରତିଟି ଭାରତୀୟଙ୍କ ଛାତି।
Humble tributes to the innocent citizens who lost their lives in the cowardly 26/11 Mumbai terror attack, and heartfelt salutations to all the brave sons of Mother India who attained martyrdom while fulfilling their duty in this unfortunate incident.
— Mohan Charan Majhi (@MohanMOdisha) November 26, 2025
May their indomitable… pic.twitter.com/LuuS5F0BdF
ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ନାଗରିକଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଏହି ଦୁର୍ଭାଗ୍ୟଜନକ ଘଟଣାରେ ନିଜର କର୍ତ୍ତବ୍ୟ ପାଳନ କରି ସହିଦ ହୋଇଥିବା ଭାରତ ମାତାର ସମସ୍ତ ସାହସୀ ପୁତ୍ରମାନଙ୍କୁ ହୃଦୟର ସହିତ ପ୍ରଣାମ।