ନୂଆଦିଲ୍ଲୀ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣାଓଟରା ଜାରି ରହିଛି। ଏହି ମଧ୍ୟରେ ସିଏମ୍ ସିଦ୍ଦାରମୈୟା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ବ୍ରେକ୍ଫାଷ୍ଟରେ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏହି କଥାର ସୂଚନା ଦେଇଛନ୍ତି। ସିଦ୍ଦାରମୈୟା ଏକ ବୟାନରେ କହିଛନ୍ତି ଯେ, ସେ ଡେପୁଟୀ ସିଏମ୍ ଶିବକୁମାରଙ୍କୁ ଶନିବାର ସକାଳେ ଜଳଖିଆରେ ଡାକିଛନ୍ତି। ସେ କହିଛନ୍ତି ଯେ, ପାର୍ଟି ହାଇକମାଣ୍ଡଙ୍କ ପକ୍ଷରୁ ତାଙ୍କୁ ଏକ ବୈଠକ କରିବାକୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଶୁକ୍ରବାର କହିଥିଲେ , ହାଇକମାଣ୍ଡ ଡିକେ ଶିବକୁମାରଙ୍କୁ ଡାକିଥିଲେ। ସେ ମୋତେ ମଧ୍ୟ ଡାକି ଥିଲେ। ପାର୍ଟି ଆମ ଦୁହିଁଙ୍କ ସାକ୍ଷାତ୍ କରି ଆଲୋଚନା କରିବାକୁ କହିଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଜଳଖିଆ ପାଇଁ ଡାକିଛି। ଯେବେ ସେ ଆସିଲେ ,ତ ଆମେ ଦୁହେଁ ସବୁ କଥାରୁ ନେଇ ଆଲୋଚନା କରିବୁ।
ରିପୋର୍ଟ ମୁତାବିକ , କର୍ଣ୍ଣାଟକରେ ସିଦ୍ଦାରମୈୟା ଓ ଶିବକୁମାରଙ୍କ ମଧ୍ୟରେ ଲିଡରସିପ୍ର ଲଢେଇ ସାର୍ବଜନିକ ହେବାରେ ପାର୍ଟି ହାଇକମାଣ୍ଡ ଖୁସି ନାହାନ୍ତି ଏବଂ ଉଭୟ ନେତା ପରସ୍ପର ମଧ୍ୟରେ ଆଲୋଚନା ମାଧ୍ୟମରେ ଏହି ମାମଲାକୁ ଖୁବ୍ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ଗୁରୁବାର ଶିବକୁମାର ଓ ସିଦ୍ଦାରମୈୟାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଉଷ୍ମ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା, ଯେଉଁଠାରେ ଉଭୟ ନେତା ଏକ ସୂକ୍ଷ୍ମ ଭାବେ ସେମାନଙ୍କର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ। ଶିବକୁମାର ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଶବ୍ଦର ଶକ୍ତି ହେଉଛି ବିଶ୍ୱର ସବୁଠାରୁ ବଡ଼ ଶକ୍ତି। ଅନ୍ୟପଟେ ସିଏମ୍ ସିଦ୍ଦାରମୈୟା ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିବା ମୁଡ ନାହାନ୍ତି।