ବିନିକା ୨୦/୦୬: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରକୁ ଗୁଳି ମାଡ଼। ସିଙ୍ଘିଯୁବା ଗାଁରେ ଥିବା ଘର ଉପରକୁ ୨୫ ରାଉଣ୍ଡ ଫାୟାରିଂ। ୨ଟି କାର୍‌କୁ ଗୁଳି ଚଳାଇ ଦୁର୍ବୃତ୍ତ ଫେରାର୍। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଛାନ୍‌ଭିନ୍‌ ଜାରି।

ଅଧିକ ପଢ଼ନ୍ତୁ :-  Encounter : ରାଉରକେଲାରେ ଗର୍ଜିଲା ପୁଲିସ ବନ୍ଧୁକ, ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ  ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗାଁ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। କାର୍, ଘର ଉପରକୁ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଜଣାପଡିଛି। ତେବେ ଏହି ଗୁଳିମାଡ଼ରେ ଘରଲୋକ କାହାର କିଛି କ୍ଷତି ହୋଇନାହିଁ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁଇଟି କାରର କିଛି ସ୍ଥାନରେ ଗୁଳି ବାଜିଛି । ତେବେ ଫାୟାରିଂ ହୋଇଥିବା ଗୁଳିର ଖୋକା ଗୁଡ଼ିକ ଘର ପରିସରରେ ପଡିରହିଛି।  ଏକ କାରରେ ଦୁର୍ବୁତ୍ତମାନେ ଆସି ଗୁଳି ଫୁଟାଇଥିବା ସିସିଟିଭି ନଜରରେ ରହିଛି । ହେଲେ ନମ୍ବର ଠିକ ସେ ଜଣା ପଡୁନାହିଁ।କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଗୁଳିମାଡ଼ କରିଛି ତାହା ଜଣାପଡିନାହିଁ lଗୁଳିମାଡ଼ ହୋଇଥିବା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସ୍ୱାମୀ ଅଶୋକ ନନ୍ଦ ବର୍ତ୍ତମାନର ଜିଲ୍ଲା ଯୁବ ବିଜେଡି ସଭାପତି ରହିଛନ୍ତି ।

 ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଏବଂ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଆଖ ପାଖ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି।