PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ମୁଖ୍ୟମନ୍ତ୍ରୀରୁ ଉପ ମୁଖ୍ୟମନ୍ତ୍ରୀ; ଫଡ଼ନାଭିସଙ୍କ ପାଖରେ ଥିଲା ବିଜେପିର ସବୁ ପ୍ଳାନର ସୂଚନା; ମୋଦୀ କହିବା ପରେ ନେଲେ ଶପଥ

Image Courtesy : Live Hindustan

ମୁମ୍ବାଇ,୦୨/୦୭: ନିକଟରେ ମହାରାଷ୍ଟ୍ର ରାଜନୀତିରେ ହୋଇଥିବା ଟ୍ବିଷ୍ଟକୁ ନେଇ ପୂର୍ବରୁ ଚୁପଚାପ ହୋଇ ରହିଥିଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌। ତାଙ୍କ ପାଖରେ ରାଜ୍ୟରେ ଚାଲିଥିବା ଘଟଣାକ୍ରମକୁ ନେଇ ସମସ୍ତ ସୂଚନା ଥିଲା। ନ୍ୟୁଜ୍‌ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ, ସେ ସର୍ବୋଚ୍ଚ ନେତୃତ୍ବର ଆହ୍ବାନକୁ ସମ୍ମାନ ଜଣାଇବା ପାଇଁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦକୁ ସ୍ବୀକାର କରିଥିଲେ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମହାରାଷ୍ଟ୍ରରେ ହେଉଥିବା ସମସ୍ତ ରାଜନୈତିକ କ୍ରିୟାକଳାପର ସୂଚନା ଥିଲା। ଏମିତିରେ ତାଙ୍କର ଓ ତାଙ୍କ ଦ୍ରୁତ ରାଜନୈତିକ କୌଶଳ ବିନା ଏହା ବାସ୍ତବରେ ସମ୍ଭବ ହୋଇପାରିନଥାନ୍ତା। ବାସ୍ତବୀରେ ଏସବୁ କିଛି ପୂର୍ବରୁ ଜାଣିଥିଲେ ଫଡ଼ନାଭିସ୍‌। କେବଳ ଗୁପ୍ତ ଭାବରେ ରହୁଥିଲେ। ଗୁଇନ୍ଦା ସୁତ୍ର ଅନୁସାରେ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ପାଖାପାଖି ଦୁଇଥର ଫୋନକଲ୍‌ ପାଇବା ପରେ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ଏହା ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ଟ୍ବିଟ କରି ଫଡ଼ନାଭିସଙ୍କୁ ଅପିଲ କରିଥିଲେ।

ଦଳର ଜଣେ ବରିଷ୍ଠ ଅଧିକାରୀ ଏଏନଆଇକୁ କହିଥିଲେ ଯେ, ଫଡ଼ନାଭିସଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିଲା ଏବଂ ପରେ ଯେତେବେଳେ ଫଡ଼ନାଭିସ୍‌ ମନ୍ତ୍ରୀମଣ୍ଡଳରେ ରହିବେ ନାହିଁ ବୋଲି ଘୋଷଣା କଲେ, ସେତେବେଳେ ମୋଦୀଙ୍କ ସହିତ କଥା ହେବା ପରେ, ଫଡନାଭିସ୍‌ ତାଙ୍କ ନିଷ୍ପତ୍ତିକୁ ନେଇ ପୁନର୍ବିଚାର କରିଥିଲେ। ସୂଚନାଥାଉକି ଫଡ଼ନାଭିତସ୍‌ ଜଣେ ଭଲ ପ୍ରଶାସନ ଓ ଉତ୍ତମ ନେତା ମଧ୍ୟ। ତେବେ ଫଡ଼ନାଭିସଙ୍କ ଏହି ବୟାନ ପରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲା ବିଜେପି। ଏଏନଆଇକୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦେବେନ୍ଦ୍ର ଫଡ଼ନାଭିସ୍‌ ଦଳର ଜଣେ ଉତ୍ତମ ବିଶ୍ବାସୀ ନେତା ହୋଇଥିବା ଯୋଗୁ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିନଥିଲେ ଦଳର ବରିଷ୍ଠ। ତେଣୁ ତାଙ୍କୁ ବୁଝାସୁଝା କରି ଉପମୁଖ୍ୟମନ୍ତ୍ରୀ ପଦରେ ରହିବାକୁ କୁହାଯାଇଥିଲା।