ଭୁବନେଶ୍ୱର,୦୧/୦୯: ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ସେମିକନ କନଫରେନ୍ସରେ ସାମିଲ୍ ହେବେ । 

ସୂଚନା ମୁତାବକ, ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ସେଠାରେ ହେବାକୁ ଥିବା ସେମିକନ କନଫେରେନ୍ସରେ ସାମିଲ୍ ହେବେ । ଏହାସହ ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ପାରନ୍ତି । ରାଜ୍ୟରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିପାରନ୍ତି । 

ସେହିପରି ରାଜ୍ୟରେ ଖାଲିପଡିଥିବା ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ପୂରଣ ପାଇଁ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ଏନେଇ କୌଣସି ସଠିକ ସୂଚନା ମିଳିନାହିଁ । ରାଜ୍ୟରେ ଗତ ବର୍ଷେ ହେବ ୬ ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ଖାଲି ରହିଛି । ଯାହାକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ବିଜେପି ସଭାପତି ମଧ୍ୟ ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ନେତାଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିଥିଲେ ।