ପୁଲୱାମା ଆକ୍ରମଣରେ ଶହୀଦଙ୍କ ପାଇଁ ଆସନ୍ତାକାଲି ରାଜ୍ଯର ସମସ୍ତ ସ୍କୁଲରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟରୁ ଅନୁରୋଧ

source:http://www.orissapost.com
ଭୁବନେଶ୍ୱର ୧୫/୨: ପୁଲୱାମା ଆକ୍ରମଣରେ ସହିଦଙ୍କ ପାଇଁ ଆସନ୍ତାକାଲି ରାଜ୍ଯର ସମସ୍ତ ସ୍କୁଲରେ ହେବ ନୀରବ ପ୍ରାର୍ଥନା । ଆସନ୍ତାକାଲି ଦିନ ୧୧ଟାରେ ରାଜ୍ଯର ସବୁ ସ୍କୁଲରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ଯମନ୍ତ୍ରୀଙ୍କ କାର୍ଯାଳୟରୁ ଅନୁରୋଧ କରାଯାଇଛି ।
କହିରଖୁଛୁ ଗତକାଲି(ଗୁରୁବାର) ଜାମୁ-କାଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ଜଣ ଯବାନ୍ ସହିଦ୍ ହୋଇଛନ୍ତି । ସେମାନଙ୍କ ମଧ୍ଯରେ ଦୁଇ ଜଣ ଓଡ଼ିଆ ଯବାନ୍ ମଧ୍ୟ ଅଛନ୍ତି । ଏହି ଦୁଇ ଯବାନ ହେଲେ ଜଗତସିଂହପୁର ଜିଲ୍ଲା ନୁଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଳାର ନିଆଳୀ ରତନପୁର ଗ୍ରାମର ମନୋଜ କୁମାର ବେହେରା । ଉଭୟ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।