PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ମ୍ଯାଚବେଳେ ପତ୍ନୀ ଓ ପ୍ରେମିକାଙ୍କୁ ସାଙ୍ଗରେ ରଖିବା ନେଇ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ଓ କୋଚଙ୍କୁ ରିପୋର୍ଟ ମାଗିଲେ ସିଓଏ

ନୁଆଦିଲ୍ଲୀ ୧୯/୭: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କାର୍ଯ୍ଯ ତଦାରଖ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ, ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ୍ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କୁ ବିଦେଶ ଗସ୍ତ ସମୟରେ ଟିମର ସଦସ୍ଯଙ୍କ ପତ୍ନୀ ଓ ପ୍ରେମିକାଙ୍କ ଯାତ୍ରାକୁ ନେଇ ରିପୋର୍ଟ ଦେବପାଇଁ କହିଛନ୍ତି । ସିଓଏଙ୍କ ଏହି ନିଷ୍ପତ୍ତି ଯୋଗୁଁ କେବଳ ବିସିସିଆଇର ଅଧିକାରୀ ନୁହେଁ ବରଂ ଲୋଧା ପ୍ଯାନେଲ୍ ମଧ୍ଯ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।  

ପୂର୍ବତନ ଚିଫ୍ ଜଷ୍ଟିସ୍ ଆରଏମ ଲୋଧା କହିଛନ୍ତି ଯେ ଏହି ମାମଲାରେ ବୋର୍ଡର ଲୋକପାଳ ଡିକେ ଜୈନ ହିଁ ନିଷ୍ପତ୍ତି ନେବେ । ସେ କହିଛନ୍ତି ଯେ ଲୋକପାଳଙ୍କୁ ଏବେ ଲୋଧା ପ୍ଯାନେଲଙ୍କ ପ୍ରସ୍ତାବିତ ସମ୍ବିଧାନ ବିରୁଦ୍ଧରେ ନିଆଯାଉଥିବା ପଦକ୍ଷେପକୁ ରୋକିବା ଉଚିତ୍ । ସେ କହିଛନ୍ତି ଯେ ‘ମୁଁ କଣ କରିପାରିବ । ନିଷ୍ପତ୍ତି ନେବାପାଇଁ ଲୋକପାଳ ଅଛନ୍ତି । ସମସ୍ତେ ଲୋଧା ପ୍ଯାନେଲର ପ୍ରସ୍ତାବକୁ ନିଜ ହିସାବରେ ବାଖ୍ଯା କରୁଛନ୍ତି । ଆମ ପରାମର୍ଶ ସମ୍ବିଧାନର ଅନୁପୁରକ । ଏବେ ଯଦି କିଛି ମାମଲା ଉଠିଛି ତେବେ ଲୋକପାଳଙ୍କୁ ଏହା ଉପରେ ନିଷ୍ପତ୍ତି ନେବା ଉଚିତ୍ ।’

ବିସିସିଆଇ ଅଧିକାରୀ କହିଛନ୍ତି ଯେ କ୍ୟାପ୍ଟେନ୍ ଓ କୋଚଙ୍କୁ ନିଜ ପତ୍ନୀ ଓ ପ୍ରେମିକାଙ୍କୁ ବିଦେଶ ଗସ୍ତରେ ନେବା ସ୍ପଷ୍ଟ ରୂପେ ହିତ ବିରୁଦ୍ଧ । ମ୍ୟାଚବେଳେ ପତ୍ନୀ ଓ ପ୍ରେମିକାଙ୍କୁ ସାଙ୍ଗରେ ନେଇ ଯିବା ଲୋଧା ପ୍ଯାନେଲ ସମିତିର ନିୟମକୁ ଉଲଘଂନ କରୁଛି । ସେ କହିଛନ୍ତି ଯେ ତାଙ୍କ ଦ୍ୱାରା ଏମିତି ଅନେକ ନିଷ୍ପତ୍ତି ନିଆଯାଇଛି ଯାହା କେବଳ ବିସିସିଆଇର ନୂଆ ସମ୍ବିଧାନକୁ ଉଲ୍ଲଙ୍ଘନ କରୁନି ବରଂ ଲୋଧା ପ୍ୟାନେଲ୍ ସମିତିର ରିପୋର୍ଟକୁ ମଧ୍ଯ ଉଲ୍ଲଙ୍ଘନ କରୁଛି । ତେବେ ଏହା ଦେଖିବା ବାକି ରହିଲା ଯେ ଲୋକପାଳ ଜୈନ ଏହି ମାମଲାକୁ କେମିତି ହ୍ୟାଣ୍ଡେଲ୍ କରୁଛନ୍ତି କାରଣ ସିଓଏର ଜଣେ ସଦସ୍ଯ ଏହା ସ୍ପଷ୍ଟ କରିଛନ୍ତି ଯେ ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇନଥିଲା ।