PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଫଗାନିସ୍ତାନର ଧାର୍ମିକ ବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ, ୨୦ରୁ ଅଧିକ ଗୁରୁତର…
  • ||
  • HSRP ମାମଲା : ୧,୨,୩ ଏବଂ ୪ ନମ୍ଵର ପାଇଁ ଆଉ ଏକ ମାସ ସମୟ ସୀମା ବୃଦ୍ଧି
  • ||
  • ଭୁବନେଶ୍ଵର : ପୁରୀରେ ନିର୍ମାଣ ହେବ କୁଲତା ସମାଜର ଧର୍ମଶାଳା, ସୁନାମୁହିଁରେ ୧ ଏକର ଜାଗା ଓ ୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ମୈଦଲପୁର : ବନ୍ଧୁକ ମରାମତି ବେଳେ ଗୁଳି ଫୁଟି ୪ ଆହତ
  • ||
  • ତେଲକୋଇ : ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ରେଢ଼ାଖୋଲ : ଔଷଧ ବୋଝେଇ କଣ୍ଟେନର ଧକ୍କାରେ ୪ ପିକଅପ୍ ଭ୍ୟାନ୍ ଚୂରମାର
  • ||
  • ଭୁବନେଶ୍ଵର : ATM ଭିତରେ ପଶିଲା ନାଗ, ଦେଢ ଘଣ୍ଟା ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ
  • ||
  • ଭୁବନେଶ୍ଵର : ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରେକର୍ଡ
  • ||
  • ନାରାୟଣପାଟଣା : ଝାଙ୍କିରିକାରିଲି ଗାଁ ପାହାଡ଼ରେ ମାତିଛି ମହାବଳ, ପୁଣି ଏକ ଛେଳିକୁ ମାରି ଖାଇଲା ବାଘ
  • ||
  • ଆଠମଲ୍ଲିକ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ ଫସଲ
  • ||

ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ କୋଚିଂ ଦେଉଛନ୍ତି ୧୩ ବର୍ଷର ବାଳକ

source:yourstory.com

ଆଜିକାଲି ପରୀକ୍ଷାର୍ଥୀଙ୍କୁ ପ୍ରସ୍ତୁତ ହେବାରେ ଇଣ୍ଟରନେଟ୍ ଅନେକ ସାହାଯ୍ୟ କରୁଛି । ୟୁଟ୍ୟୁବରେ ଏମିତି ଅନେକ ଚ୍ୟାନେଲ୍ସ ମିଳିଯିବ ଯେଉଁଠି ଅଲଗା ଅଲଗା ବିଷୟ ଉପରେ ଅଧ୍ୟାପକମାନଙ୍କ ଲେକ୍ଚର ମିଳିଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଅଧ୍ୟାପକଙ୍କ ସମ୍ପର୍କରେ କହିବାକୁ ଯାଉଛୁ ସେ ମାତ୍ର ୧୩ ବର୍ଷ ବୟସରେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କୁ କୋଚିଂ ଦେଉଛନ୍ତି ।

ତେଲେଙ୍ଗାନାର ଏକ ଛୋଟ ବସ୍ତିରେ ରହୁଥିବା ଅମର ସାତ୍ତ୍ୱିକ୍ ତୋଗିଟ୍ଟି ୟୁଟ୍ୟୁବରେ ଲର୍ଣ୍ଣ ୱିଥ୍ ଅମର  (Learn with Amar) ନାମକ ଏକ ଚ୍ୟାନେଲ ଚଲାନ୍ତି ଏବଂ ସେଠାରେ ସେ ସିଭିଲ୍ ସର୍ଭିସ୍ ଏକ୍ସାମ କୋଚି ଦେଇଥାନ୍ତି । ୧୩ ବର୍ଷର ଅମର ଆଜକୁ ୩ ବର୍ଷ ତଳେ ୨୦୧୬ରେ ଏହି ଚ୍ୟାନେଲ୍ ଆରମ୍ଭ କରିଥିଲେ । ଆଜି ତାଙ୍କ ଚ୍ୟାନେଲରେ ୨ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି ।

ଅମରଙ୍କ ପିତା ମଧ୍ୟ ଜଣେ ଶିକ୍ଷକ ଏବଂ ସେ ସରକାରୀ ସ୍କୁଲରେ ପଢାନ୍ତି । ୯ମ ଶ୍ରେଣୀରେ ପଢୁଥିବା ଅମର ନିଜ ପିତାଙ୍କଠୁ ଏହି ସବୁ ଟ୍ରିକ୍ ଶିଖିଛନ୍ତି ।ଇଣ୍ଡିଆନ୍ ଏକ୍ସପ୍ରେସ ସହିତ ସାକ୍ଷାତ ସମୟରେ ଅମର କହିଥିଲେ, ‘ଯେତେବେଳେ ମୁଁ ୫ମ ଶ୍ରେଣୀରେ ଥିଲି ସେବେଠାରୁ ମୋତେ ଆଟଲାସର ଖେଳିବାକୁ ମଜା ଲାଗୁଥିଲା । ପାପା ମୋ ଆଗ୍ରହ ଦେଖି ମୋତେ ଭୂଗୋଳ ପଢାଇବା ଆରମ୍ବ କରିଦେଲେ । ଥରେ ମୁଁ ଭୂଗୋଳ ବୁଝିବାକୁ ଚେଷ୍ଟା କରୁଥିଲି ଏବଂ ମୋ ମା ସେହି ସମୟରେ ଏକ ଭିଡିଓ ରେକର୍ଡ କରି ତାକୁ ୟୁଟ୍ୟୁବରେ ଅପଲୋଡ କରିଦେଲେ । ସେହି ଭିଡିଓକୁ ଭଲ ରେସପନ୍ସ ମିଳିଥିଲା । ବାସ୍ ତା ପରଠାରୁ ଆମେ ଲଗାତାର ଭିଡିଓ ପ୍ରସ୍ତୁତ କରିବା ଆରମ୍ବ କରିଦେଲୁ ।’

ଅମର ଭୂଗୋଳ ସମ୍ପର୍କରେ କିଛି ଭିଡିଓ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ ଯେଉଁଥିରେ ଦେଶ, ନଦୀ ଓ ପାହାଡର ନାଁ ସବୁ ମନେ ରଖିବା ପାଇଁ ଟ୍ରିକ୍ ବୁଝାଉଥିଲେ । ଏବେ ସେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନ ଭଳି ବିଷୟ ଉପରେ ଭିଡିଓ ପ୍ରସ୍ତୁତ କରିବାପାଇଁ ଚିନ୍ତା କରୁଛନ୍ତି । ଅମର କହୁନ୍ତି ଯେ କୌଣସି ଜିନିଷକୁ ବୁଝିବା ଓ ତା ଉପରେ ରିସର୍ଚ୍ଚ କରିବାପାଇଁ ୨ ସପ୍ତାହ ଲାଗିଯାଏ ଏବଂ ଏହାପରେ ପ୍ରାକ୍ଟିସ୍ କରିବା ପରେ ଏହାକୁ ସୁଟ୍ କରନ୍ତି । ଅମର ଆଗକୁ ୟୁପିଏସସିର ପରୀକ୍ଷାରେ ପାସ୍ କରିବାକୁ ଚାହୁଁଛନ୍ତି ଏବଂ ଦେଶକୁ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର