PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଝାରସୁଗୁଡ଼ାରେ ଖସୁଛି ପାରଦ ବଢୁଛି ଶୀତ, ଅସହ୍ୟ ଥଣ୍ଡାରେ ଥରୁଛନ୍ତି ଅଞ୍ଚଳବାସୀ

ଝାରସୁଗୁଡ଼ା, ୨୦/୧୧ : ଝାରସୁଗୁଡ଼ାରେ ଖସୁଛି ପାରଦ ବଢୁଛି ଶୀତ। ଜିଲ୍ଲାରେ ଗତ ୭ ଦିନ ହେଲାଣି ଶୀତ ବଢ଼ିବାରେ ଲାଗିଛି। ସକାଳ ୮ଟା ଯାଏଁ କୁହୁଡ଼ି ପଡ଼ୁଥିବାବେଳେ ତାପମାତ୍ରା ୧୪ ଡିଗ୍ରୀ ତଳେ ରହୁଛି। ଶନିବାର ଝାରସୁଗୁଡ଼ାରେ ୧୨ ଡିଗ୍ରୀ ତଳେ ପାରଦ ଥିବାବେଳେ ଆଜି ମଧ୍ୟ ୧୩ ଡିଗ୍ରୀ ରହିଛି। ତେବେ ଦେହକୁ ଫୂର୍ତ୍ତି ରଖିବା ପାଇଁ ଶୀତୁଆ ସକାଳେ ଲୋକେ ମର୍ଣ୍ଣିଂ ୱାକ କରୁଛନ୍ତି।

ସକାଳେ ସନ୍ଧ୍ୟାରେ ଚା ଖଟିରେ ଲୋକଙ୍କ ଭିଡ଼ ଜମୁଛି। ସକାଳେ ଚାରିଆଡ଼େ ଘନ କୁହୁଡ଼ି ଆଛାଦିତ ହୋଇ ରହୁଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି। ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ି ଛାଡ଼ୁନି। ଅସହ୍ୟ ଥଣ୍ଡାରେ ଥରୁଛନ୍ତି ଅଞ୍ଚଳବାସୀ। ଚଳିତ ବର୍ଷ ଝାରସୁଗୁଡ଼ାରେ ପାରଦ ଆହୁରି ମଧ୍ୟ ଖସିବା ସହ ଶୀତ ବଢିବାର ସମ୍ଭାବନା ରହିଛି।