PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପିଭିଟି ପ୍ଲଟ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ ୨୪/୧୧: ଓଡିଶା ସରକାରଙ୍କ ଆକାଂକ୍ଷୀ ମିଲେଟ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ହରଭାଙ୍ଗା ବ୍ଲକରେ ଥିବା ପିଭିଟି ପ୍ଲଟ ପରିଦର୍ଶନ କରିବାକୁ ବୌଦ୍ଧ ଜିଲ୍ଲାପାଳ ମହୋଦୟ ଆସିଥିଲେ। ତାଙ୍କ ସହ ମିଲେଟ ମିଶନର ଜିଲ୍ଲା ସଂଯୋଜକ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ, ଜିଲ୍ଲା କୃଷି ଅଧିକାରୀ ମହାନନ୍ଦ, ହରଭଙ୍ଗା ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ହରଭଙ୍ଗା ବ୍ଲକର ମଥୁରା ଗ୍ରାମପଞ୍ଚାୟତ ସ୍ଥିତ କେଳାକଟା ଗ୍ରାମରେ ମାଣ୍ଡିଆ କିସମ ଚୟନର କ୍ଷେତ୍ରକୁ ଦେଖି ସହଯୋଗୀ ସଂସ୍ଥା ଲୋକକଳା ବିକାଶ କେନ୍ଦ୍ରର କର୍ମୀଙ୍କୁ ବେଶ୍ ପ୍ରସଂଶା କରିଥିଲେ ଓ ରବି ଋତୁରେ ମାଣ୍ଡିଆ କ୍ଷୁଦ୍ରଶସ୍ୟ ଚାଷ କୁ ତ୍ୱରାନ୍ୱିତ କରିବାପାଇଁ କୃଷି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆଗକୁ ଜିଲ୍ଲାରେ ପ୍ରତ୍ୟେକ ଗ୍ରାମରେ ଏହାକୁ ପ୍ରସାର କରାଇ ଗୁରୁତ୍ୱ ଦେବାକୁ କହିଥିଲେ। ମିଶନ ସଂଯୋଜକ ଦିବ୍ୟଜ୍ୟୋତି ଜଣେଇଥିଲେ ଯେ, ପ୍ରତ୍ୟେକ ବ୍ଲକରେ ଏଭଳି ତିନୋଟି ପିଭିଟି ପ୍ଲଟ ଅବସ୍ଥିତ ହୋଇଛି l ଏଥିରେ ଦଶ ପ୍ରକାର ମାଣ୍ଡିଆ, ବାଟି, ବଡ଼ମଣ୍ଡିଆ, ଦଶରା, କର୍କଟି,ମଞ୍ଜୁଳା, ପାରା, କାଙ୍ଗ୍ରା, ମହାରାଷ୍ଟ୍ର, ସିକା ଓ କେ ଏମ ର -୨୦୪ ବିହନକୁ ପରୀକ୍ଷା କରାଯାଉଛି। ଯେଉଁ ପ୍ରକାର ବିହନକୁ ସ୍ଥାନୀୟବାସୀ ଚୟନ କରିବେ ତାହା ଦ୍ଵିତୀୟ ବର୍ଷରେ ପୁନଃ ପରୀକ୍ଷିତ ହେବଏବଂ ତୃତୀୟ ବର୍ଷଠାରୁ ସମଗ୍ର ପ୍ରଖଣ୍ଡରେ ଚୟନିତ ବିହନକୁ ଚାଷୀ ମାନଙ୍କୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର