ବଲାଙ୍ଗୀର, ୧୭।୫ : ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ କଲେଜ ଛାତ୍ରୀଙ୍କ ମୃତ୍ୟୁ । ଟିଟିଲାଗଡ଼ ଉପଖଣ୍ଡ ଘଣ୍ଟ ବାହାଲି ଗ୍ରାମ ପଞ୍ଚାୟତର ଖଇର ଖୁଣ୍ଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଛାତ୍ରୀ ଜଣକ ହେଲେ ସୁମିତ୍ରା ଦିପ । ସେ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରୀ।

ଖଇର ଖୁଣ୍ଟ ଗ୍ରାମ ହରିଜନ ପଡ଼ାର ଉମାକାନ୍ତ ଦୀପ ଓ ଉର୍ବଶୀ ଦୀପଙ୍କ ଝିଅ ସୁମିତ୍ରା ଦିପ ମୁମ୍ବାଇରୁ ଶନିବାର  ନିଜ ଗ୍ରାମକୁ ଫେରିଥିଲେ। ରବିବାର  ସକାଳୁ ଖୁସିରେ ସାଙ୍ଗ ମାନଙ୍କ ସହ ଉନ୍ଦେର ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ  ପାଣିରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକ ନଦୀରୁ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ  ବ୍ୟବେଛେଦ ପାଇଁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୋଲିସ। ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

​​​​​​​ଆହୁରି ପଢନ୍ତୁ : ତରଭୁଜ ଖାଇ ନାବାଳକ ମୃତ ଘଟଣା : ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଯାଞ୍ଚ