କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇ ଓ 1 GB ଡାଟା

ଭୁବନେଶ୍ଵର, ୨୫/୦୫ : କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇ ଓ 1 GB ଡାଟା। ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ। ବିଶ୍ବବିଦ୍ୟାଳୟରେ ବି ମାଗଣାରେ ଛାତ୍ରଛାତ୍ରୀ ୱାଇଫାଇ ବ୍ୟବହାର କରିପାରିବେ। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଘୋଷଣା କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ତେବେ ମାଗଣାରେ 1 GB ଡାଟା ଯୋଗାଇ ଦେବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ।