ନୂଆଦିଲ୍ଲୀ,୨୨/୦୮: ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟକା ଲାଗିଛି । ଏକ ଦୁଃଖଦ ଖବର ଆସିଛି । ଜଣାଶୁଣା ପ୍ରସିଦ୍ଧ ହାସ୍ୟ ଅଭିନେତା ଜସବିନ୍ଦର ଭଲ୍ଲାଙ୍କର ପରଲୋକ ହୋଇଛି । ଆଜି ସକାଳୁ ମୋହାଲିର ପୋର୍ଟିସ୍‌ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜସବିନ୍ଦର । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । କିଛି ଦିନ ହେବ ଅସୁସ୍ଥତା କାରଣରୁ ଜସବିନ୍ଦର ଚିକିତ୍ସାଧୀନ ଥିଲେ । ତାଙ୍କ ବିୟୋଗରେ ଫ୍ୟାନ୍ସ ଓ ସାଥୀ କଳାକାର ଶୋକ ପ୍ରକାଶ କରିଛନ୍ତି । ଦିନେ ତାଙ୍କ ଅଭିନୟ ଯାଦୁରେ ହସାଉଥିଲେ ଆଜି ସମସ୍ତଙ୍କୁ କନ୍ଦାଇ ଦେଇ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଆସନ୍ତାକାଲି (ଶନିବାର ) ବାଲୋଗୀ ଶ୍ମଶାନ ଘାଟରେ ଜସବିନ୍ଦରଙ୍କ ଶେଷକୃତ୍ୟ ହେବ ।

ହସାଉଥିଲେ କନ୍ଦାଇଦେଲେ- ୧୯୬୦ ମସିହା ମେ ୪ରେ ଲୁଧିଆନାରେ ଜସବିନ୍ଦରଙ୍କ ଜନ୍ମ ହୋଇଥିଲା । ତାଙ୍କ ବାପା ବାହାଦୂର ସିଂହ ଭଲ୍ଲା ଶିକ୍ଷକ ଥିଲେ । ପରମଦୀପ ଭଲ୍ଲାଙ୍କୁ ବିବାହ କରିଥିଲେ ଜସବିନ୍ଦର । ଜସବିନ୍ଦରଙ୍କ ପୁଅ ପୁଖରାଜ ଭଲ୍ଲା ପଞ୍ଜାବ ୟୁନିଭର୍ସିଟିରେ ବି.ଟେକ୍ କରୁଛନ୍ତି । ଫିଲ୍ମରେ ତାଙ୍କ ଅଭିନୟରେ କମେଡିରେ ଫ୍ୟାନ୍ସଙ୍କୁ ହସାଉଥିଲେ ଜସବିନ୍ଦର ଭଲ୍ଲା । ଆଜି ସମସ୍ତଙ୍କୁ କନ୍ଦାଇ ଦେଇଛନ୍ତି । ତାଙ୍କ ବିୟୋଗ ଖବର ଶୁଣି ଫ୍ୟାନ୍ସ ଓ ସାଥୀ କଳାକାର ସ୍ତବ୍ଧ ହୋଇଛନ୍ତି । ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟକା ଲାଗିଛି । ଫିଲ୍ମ 'କେରୀ ଆନ୍‌ ଜଟ୍ଟା'ରେ ତାଙ୍କ କମେଡ଼ି ଓ କମିକ୍‌ ଟାଇମ୍‌ ଫ୍ୟାନ୍ସଙ୍କ ଲୋକପ୍ରିୟତା ହାସଲ କରିଥିଲା ।

ଏହି ଫିଲ୍ମରେ କରିଛନ୍ତି କାମ- ଜସବିନ୍ଦର ଭଲ୍ଲା 'ମାହୋଲ ଠିକ୍‌ ହୈ',  ଜିଜା ଜୀ, ଜିହ୍ନୈ ମେରା ଦିଲ୍‌ ଲୁଟେୟା, ପାୱାର କଟ୍‌, କବଡ୍ଡି ୱାନ୍ସ ଏଗେନ୍‌, ଅପନ ଫେର ମିଲାଙ୍ଗେ, ମେଲ କରା ଦି ରବା, କେରୀ ଆନ୍‌ ଜଟ୍ଟା ପରି ଆହୁରି ଆନେକ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି । ସେ ସ୍କ୍ରିନ୍‌କୁ ଆସିଲେ ତାଙ୍କ କମେଡ଼ିରେ ଦର୍ଶକଙ୍କ ମୁହଁରେ ହସ ଫୁଟାଉଥିଲେ ।