ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କମିଶନରେଟ୍‌ ପୁଲିସର ‘ସେଫ୍‌ ସିଟି ଡ୍ରାଇଭ୍‌’: ଧରାପଡ଼ିଲେ ୨୩ ମଦ୍ୟପ ଚାଳକ, ଗଣିଲେ ୧୩.୫ ହଜାର ଟଙ୍କା ତଣ୍ଡ

Published By : Prameya | October 20, 2024 8:14 AM

ଭୁବନେଶ୍ୱର,୨୦/୧୦: କମିଶନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା  ‘ସେଫ୍‌ ସିଟି ଡ୍ରାଇଭ୍‌’ ଅଭିଯାନରେ ଗତକାଲି  ରାତିରେ ୨୩ ମଦ୍ୟପ ଚାଳକଙ୍କୁ ଅଟକ  ରଖାଯିବା ସହ ସେମାନଙ୍କ ଠାରୁ ୧୩,୫୦୦  ଟଙ୍କା ଜରିମାନା ଆଦାୟ କରାଯାଇଛି ।

କମିଶନରେଟ୍‌ ପୁଲିସ ପକ୍ଷରୁ  ମିଳିଥିବା ସୂଚନା ଅନୁଯାୟୀ, ଗତକାଲି  ରାତିରେ ଭୁବନେଶ୍ୱର ସହରାଞ୍ଚଳରେ  ଥିବା କ୍ୟାପିଟାଲ, ଖାରବେଳନଗର,  ଧଉଳି, ଖଣ୍ଡଗିରି, ଜଟଣୀ, ବାଲିପାଟଣା,  ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ମୈତ୍ରୀବିହାର,  ଚନ୍ଦ୍ରଶେଖରପୁର, ନନ୍ଦନକାନନ ଓ ଚନ୍ଦକା ଥାନା ଅଧୀନରେ ଥିବା ବିଭିନ୍ନ  ସ୍ଥାନରେ ସଂପୃକ୍ତ ଥାନା ଆଇଆଇସି  ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ନାଇଟ ବ୍ୱକିଙ୍ଗ କରାଯାଇଥିଲା। ଏହି ଧରପଗଡ଼ ଅଭିଯାନରେ ଆଇନ  ଉଲଙ୍ଘନକାରୀ ତଥା ମଦ୍ୟପ ଗାଡିଚାଳକଙ୍କ  ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ  ସଂପୃକ୍ତ ଥାନାରେ ମାମଲା ରୁଜୁ କରା  ଯାଇଥିଲା । କେତେକ କ୍ଷେତ୍ରରେ ପିଆର  ଦିଆଯାଇଥିଲା । ଅନ୍ୟ କେତେକ ସ୍ଥଳେ  ଆଇନ ଉଲଂଘନକାରୀଙ୍କ ନିକଟରୁ ଓଡିଶା  ମୋଟର ଯାନ ଆଇନ ଏବଂ ଓଡିଶା  ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ  ଜରିମାନା ଆଦାୟ କରଯାଇଥିଲା ।  

ଏହି କ୍ରମରେ ମୋଟ ୨୦ ଜଣ ଆଇନ  ଉଲଂଘନକାରୀଙ୍କ ନାମରେ ସଂପୃକ୍ତ ଥାନା  ମାନଙ୍କରେ ପିଆର ଦିଆଯାଇଥିଲା । ମୋଟ  ୩ଟି ୪ଚକିଆ ଯାନ ଓ ୨୦ଟି ୨ଚକିଆ ଯାନ  ଜବତ କରାଯାଇଥିବା ବେଳେ ୨୩ ଜଣ  ଉଲଂଘନକାରୀଙ୍କ ନିକଟରୁ ମୋଟ ୧୩,୫୦୦  ଟଙ୍କା ଜରିମାନା ଆଦାୟ କରଯାଇଥିଲା । ଏହି  ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି  କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.