ଭୁବନେଶ୍ୱର,୨୦/୧୦: କମିଶନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା  ‘ସେଫ୍‌ ସିଟି ଡ୍ରାଇଭ୍‌’ ଅଭିଯାନରେ ଗତକାଲି  ରାତିରେ ୨୩ ମଦ୍ୟପ ଚାଳକଙ୍କୁ ଅଟକ  ରଖାଯିବା ସହ ସେମାନଙ୍କ ଠାରୁ ୧୩,୫୦୦  ଟଙ୍କା ଜରିମାନା ଆଦାୟ କରାଯାଇଛି ।

କମିଶନରେଟ୍‌ ପୁଲିସ ପକ୍ଷରୁ  ମିଳିଥିବା ସୂଚନା ଅନୁଯାୟୀ, ଗତକାଲି  ରାତିରେ ଭୁବନେଶ୍ୱର ସହରାଞ୍ଚଳରେ  ଥିବା କ୍ୟାପିଟାଲ, ଖାରବେଳନଗର,  ଧଉଳି, ଖଣ୍ଡଗିରି, ଜଟଣୀ, ବାଲିପାଟଣା,  ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ମୈତ୍ରୀବିହାର,  ଚନ୍ଦ୍ରଶେଖରପୁର, ନନ୍ଦନକାନନ ଓ ଚନ୍ଦକା ଥାନା ଅଧୀନରେ ଥିବା ବିଭିନ୍ନ  ସ୍ଥାନରେ ସଂପୃକ୍ତ ଥାନା ଆଇଆଇସି  ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ନାଇଟ ବ୍ୱକିଙ୍ଗ କରାଯାଇଥିଲା। ଏହି ଧରପଗଡ଼ ଅଭିଯାନରେ ଆଇନ  ଉଲଙ୍ଘନକାରୀ ତଥା ମଦ୍ୟପ ଗାଡିଚାଳକଙ୍କ  ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ  ସଂପୃକ୍ତ ଥାନାରେ ମାମଲା ରୁଜୁ କରା  ଯାଇଥିଲା । କେତେକ କ୍ଷେତ୍ରରେ ପିଆର  ଦିଆଯାଇଥିଲା । ଅନ୍ୟ କେତେକ ସ୍ଥଳେ  ଆଇନ ଉଲଂଘନକାରୀଙ୍କ ନିକଟରୁ ଓଡିଶା  ମୋଟର ଯାନ ଆଇନ ଏବଂ ଓଡିଶା  ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ  ଜରିମାନା ଆଦାୟ କରଯାଇଥିଲା ।  

ଏହି କ୍ରମରେ ମୋଟ ୨୦ ଜଣ ଆଇନ  ଉଲଂଘନକାରୀଙ୍କ ନାମରେ ସଂପୃକ୍ତ ଥାନା  ମାନଙ୍କରେ ପିଆର ଦିଆଯାଇଥିଲା । ମୋଟ  ୩ଟି ୪ଚକିଆ ଯାନ ଓ ୨୦ଟି ୨ଚକିଆ ଯାନ  ଜବତ କରାଯାଇଥିବା ବେଳେ ୨୩ ଜଣ  ଉଲଂଘନକାରୀଙ୍କ ନିକଟରୁ ମୋଟ ୧୩,୫୦୦  ଟଙ୍କା ଜରିମାନା ଆଦାୟ କରଯାଇଥିଲା । ଏହି  ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି  କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ।