ନୂଆଦିଲ୍ଲୀ,୨୮/୦୭: ମହିଳା ସଟପୁଟ (ଏଫ୍୫୭)ରେ ଶର୍ମିଳା ଧନକର ସ୍ୱର୍ଣ୍ଣ ଓ ଶିଳ୍ପା କେ. ଶ୍ୟାଲା ବ୍ରୋଞ୍ଜ ପଦକ ଜିତିଛନ୍ତି । ଶର୍ମିଳା ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି । ମହିଳା ସଟ୍ପୁଟ୍ (ଏଫ୍୫୭) ଶର୍ମିଳା ପ୍ରଥମ ପ୍ରୟାସରେ ୯.୪୮ ମିଟର ଫିଙ୍ଗିଥିଲେ । ପରେ ତୃତୀୟ ପ୍ରୟାସରେ ୯.୮୧ ମିଟର ଫିଙ୍ଗି ସ୍ୱର୍ଣ୍ଣ ପକ୍କା କରିଥିଲେ । ଘାନାର ଜିନାବୁ ଇସା (୮.୬୫ ମିଟର) ରୌପ୍ୟ ଏବଂ ଶିଳ୍ପା କେ. ଶ୍ୟାଲା (୭.୨୬ ମିଟର) ବ୍ରୋଞ୍ଜ ଜିତିଥିଲେ । ଶର୍ମିଳାଙ୍କର ଏହା ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ମହିଳା ସଟ୍ପୁଟ୍ (ଏଫ୍୫୭) ଶର୍ମିଳା ତୃତୀୟ ପ୍ରୟାସରେ ୯.୮୧ ମିଟର ଫିଙ୍ଗି ସ୍ୱର୍ଣ୍ଣ ପକ୍କା କରିଥିଲେ । ଶର୍ମିଳାଙ୍କର ଏହି ସଫଳତା ସହିତ ଭାରତ ଖାତାରେ ମୋଟ୍ ୧୦ଟି ପଦକ ରହିଛି । ସେଥିରେ ୨ଟି ଗୋଲ୍ଡ, ୫ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ରହିଛି । ଭାରତୀୟ ପାରା-ଆଥଲେଟ୍ ଶର୍ମିଳା ଧନଖଡ଼ ଗ୍ଲାସଗୋରେ ରଚିଛନ୍ତି । ତାଙ୍କ ଜୀବନ କାହାଣୀ ସମସ୍ତଙ୍କୁ ପ୍ରେରଣା ଦେବ ।
ଶର୍ମିଳା ଧନକଡ କିଏ ? ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ଚିତ୍ରୌଲି ଗାଁର ବାସିନ୍ଦା ଶର୍ମିଲା ଧନଖର ପ୍ରଥମରୁ ହିଁ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ଦୁଇ ବର୍ଷ ବୟସରେ ସେ ପୋଲିଓରେ ପକ୍ଷାଘାତର ଶିକାର ହୋଇଥିଲେ । ଯାହା ଫଳରେ ତାଙ୍କର ଗୋଟିଏ ଗୋଡ଼ ପକ୍ଷାଘାତଗ୍ରସ୍ତ ହୋଇଯାଇଥିଲା । ତାଙ୍କ ବାପା ଜଣେ କ୍ଷୁଦ୍ର ଚାଷୀ, ଉପଯୁକ୍ତ ଚିକିତ୍ସା ଖର୍ଚ୍ଚ ବହନ କରିପାରି ନ ଥିଲେ ଏବଂ ତାଙ୍କ ମା' ମଧ୍ୟ ତାଙ୍କର ଯତ୍ନ ନେବାକୁ ଅସମର୍ଥ ଥିଲେ । ଦାରିଦ୍ର୍ୟ ଏବଂ କଷ୍ଟ ମଧ୍ୟରେ ବଢ଼ିଥିବା ଶର୍ମିଲାଙ୍କୁ କମ୍ ବୟସରେ ବିବାହ କରାଯାଇଥିଲା ।
୨୮ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିଥିଲେ- ଗରିବ ପରିବାରରୁ ଆସିଥିବା ଶର୍ମିଲାଙ୍କ ଜୀବନ ବିବାହ ପରେ ମଧ୍ୟ ସହଜ ନଥିଲା । ଯୌତୁକ ପାଇଁ ହଇରାଣ କରାଯାଉଥିଲା ଏବଂ ଘରୋଇ ହିଂସାର ଶିକାର ହେବାକୁ ପଡିଥିଲା । ଯେତେବେଳେ ସେ ୨୬ ବର୍ଷ ବୟସରେ ଥିଲେ ଏବଂ ତାଙ୍କର ଦୁଇଟି ଝିଅ ଥିଲେ, ତାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଥିଲେ । ତାଙ୍କ ଦୁଇ ପିଲାଙ୍କ ସହିତ ତାଙ୍କ ବାପାଙ୍କ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ପିଲାମାନଙ୍କୁ ଏକ ଭଲ ଜୀବନ ଦେବା ଆଶାରେ, ଶର୍ମିଲା ତାଙ୍କ ପ୍ରଥମ ବିବାହର କଷ୍ଟକୁ ପଛରେ ପକାଇ ୨୮ ବର୍ଷ ବୟସରେ ଅଜିତଙ୍କୁ ଦ୍ୱିତୀଯ ବିବାହ କରିଥିଲେ । ଏହି ବିବାହ ତାଙ୍କ ଜୀବନର ସଠିକ୍ ନିଷ୍ପତ୍ତି ପ୍ରମାଣିତ ହେଲା । କାରଣ ତାଙ୍କ ସ୍ୱାମୀ ଅଜିତ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ଶର୍ମିିଳାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ ତାଙ୍କ ସ୍ୱାମୀ । ଅଜିତ ସିଂହ ତାଙ୍କୁ ପାରା-ଆଥଲେଟିକ୍ସରେ କ୍ୟାରିୟର କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶ ଅନୁସରଣ କରି, ଶର୍ମିଳା ଧନକଡ ଜଣେ ପାରା-ଆଥଲେଟିସ୍ ହେବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଆଜି ଦେଶ ପାଇଁ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି ।
ଏହା ବି ପଢନ୍ତୁ...Gyaneshwari Yadav: ୱେଟଲିଫ୍ଟିଙ୍ଗରେ ଜ୍ଞାନେଶ୍ୱରୀ ଯାଦବଙ୍କୁ ରୌପ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡାରେ ୫କୁ ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା
ଟ୍ରେନିଂ ପାଇଁ ଘର ବିକ୍ରି କରିଦେଲେ- ସ୍ୱାମୀଙ୍କ ସମର୍ଥନ ସତ୍ତ୍ୱେ, ଶର୍ମିଲାଙ୍କୁ ତାଙ୍କର ଖେଳ ଆରମ୍ଭ କରିବାକୁ ୬ ବର୍ଷ ଲାଗିଗଲା। ଶେଷରେ, ୩୪ ବର୍ଷ ବୟସରେ, ସେ ତାଙ୍କ ପ୍ରଶିକ୍ଷକ, ତେକଚାନ୍ଦ ଏବଂ ଦେବେନ୍ଦ୍ରଙ୍କ ମାର୍ଗଦର୍ଶନରେ ସଟ୍ ପୁଟ୍ ତାଲିମ୍ ଆରମ୍ଭ କଲେ । ସେ F57 ହ୍ୱିଲଚେୟାର ବର୍ଗ ବାଛିଲେ । ଶର୍ମିଲା ଧନଖରଙ୍କ ଦ୍ୱିତୀୟ ସ୍ୱାମୀ, ଅଜିତଙ୍କ ଆର୍ଥିକ ସ୍ଥିତି ଖରାପ ଥିଲା, ଯାହା ଫଳରେ ତାଙ୍କ କ୍ରୀଡା ତାଲିମର ଖର୍ଚ୍ଚ ବହନ କରିବା କଷ୍ଟକର ହୋଇଥିଲା । ଏହା ସତ୍ତ୍ୱେ, ଶର୍ମିଲା ଦୃଢ଼ ଭାବରେ ଅଟଳ ରହିଥିଲେ । ୨୦୨୩ ମସିହାରେ, ସେ ତାଙ୍କର ଟ୍ରେନିଂ ଖର୍ଚ୍ଚ ବହନ କରିବାକୁ ଘର ବିକ୍ରୟ କରି ଏକ ଭଡା ଘରେ ରହିଥିଲେ ।
ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି ସର୍ବେଶ କୁଶାରେ । ମହିଳା ସଟ୍ପୁଟ୍ (ଏଫ୍୫୭) ଘାନାର ଜିନାବୁ ଇସା (୮.୬୫ ମିଟର) ରୌପ୍ୟ ଏବଂ ଶିଳ୍ପା କେ. ଶ୍ୟାଲା (୭.୨୬ ମିଟର) ବ୍ରୋଞ୍ଜ ଜିତଛନ୍ତି । ସେ ନିଜ ପ୍ରଥମ ପ୍ରୟାସରେ ୬.୬୯ ମିଟର ଫିଙ୍ଗିଥିଲେ । ତୃତୀୟ ପ୍ରୟାସରେ ୭.୨୬ ମିଟର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ।