ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଇନ୍ଦୋରରେ ବାଣ ଫୁଟାଇବା ନେଇ ସାଂପ୍ରଦାୟିକ ଉତ୍ତେଜନା : ପଥରମାଡ଼ ଓ ପୋଡ଼ାଜଳାରେ ଅନେକ ଆହତ

Published By : Prameya | November 1, 2024 8:02 PM

ଇନ୍ଦୋର : ମଧ୍ୟ ପ୍ରଦେଶର ଇନ୍ଦୋରରେ ଦୀପାବଳିରେ ସାଂପ୍ରଦାୟିକ ଦଙ୍ଗା ଦେଖା ଦେଇଛି। ଛତ୍ରପୁରା ଥାନା ଅଞ୍ଚଳର ରବିଦାସପୁରାରେ ପିଲାଙ୍କ ବାଣ ଫୁଟାଇବାକୁ ନେଇ ଦୁଇ ସଂପ୍ରଦାୟ ମୁହାଁମୁହିଁ ହୋଇଛନ୍ତି। ପଥର ମାଡ଼ ଓ ପୋଡ଼ାଜଳାରେ ବହୁତ ଲୋକ ଆହତ ହୋଇଛନ୍ତି। ଗାଡ଼ି ଗୁଡ଼ିକୁ ଭଙ୍ଗାରୁଜା କରାଯାଇଛି। ପୂରା ସହରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ପ୍ରଶାସନ କହିଛି ଯେ, ସ୍ଥିତି ନିୟନ୍ତ୍ରଣରେ ରହଛି। ଗୁଜବ ଉପରେ ଧ୍ୟାନ ନଦେବାକୁ ମଧ୍ୟ ଅପିଲ କରାଯାଇଛି। 

ଇନ୍ଦୋରର ଛତ୍ରିପୁରା ଅଞ୍ଚଳ ମିଶ୍ରିତ ଜନବହୁଳ ଅଞ୍ଚଳ। ଶୁକ୍ରବାର ଏଠାରେ ରବିଦାସପୁରାରେ କିଛି ପିଲା ବାଣ ଫୁଟାଉ ଥିଲେ। ସେଠାରେ ରହୁଥିବା ଏକ ମୁସଲିମ୍‌ ପରିବାର ଏହାକୁ ନେଇ ବିରୋଧ କରିଥିଲେ। ଏହାପରେ ଉଭୟ ପକ୍ଷରେ ଯୁକ୍ତି ତର୍କ ଆରମ୍ଭ ହୋଇ ଥିଲା। କିଛି ସମୟରେ ମାହୋଲ ସାଙ୍ଘାତିକ ହୋଇଥିଲା ଏବଂ ଫଳସ୍ୱରୂପ ସ୍ଥିତି ପଥର ଫିଙ୍ଗା – ପୋଡ଼ାଜଳା ଯାଏ ପହଞ୍ଚି ଗଲା। 

ବହୁ ସମୟ ଯାଏ ପୂରା ଅଞ୍ଚଳ ଯୁଦ୍ଧର ମୈଦାନ ପାଲଟି ଗଲା। ଅଭିଯୋଗ ଯେ, ଭିଡ଼ ହଠାତ୍‌ ଘର ଉପରେ ହମଲା କରି ଦେଲେ। ବସ୍ତି ଉପରେ ପଥର ମାଡ଼ କରାଗଲା। ଗାଡ଼ି ଗୁଡ଼ିକୁ ଭଙ୍ଗାରୁଜା କରାଯିବା ସହ ଅନେକ ଗାଡ଼ିରେ ନିଆଁ ଲଗେଇ ଦିଆଗଲା। ଅନେକ ଭିଡ଼ିଓ ସାମ୍ନାକୁ ଆସିଛି ଯେ, ଯେଉଁଥିରେ ଉତ୍ତେଜିତ ଧାର୍ମିକ ଗୋଷ୍ଠୀ ନାରା ଲଗେଇବା ସହ ଉତ୍ପାତ କରୁଛନ୍ତି। ଗାଡ଼ି ଗୁଡ଼ିକୁ ଭଙ୍ଗାରୁଜା କରୁ ଥିବାର ଯୁବକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି।

ଡିସିପି ଋଷିକେଶ ମୀଣା କହିଛନ୍ତି କି, ସମୟ ପାଖାପାଖି ୨ଟାରେ କିଛି ପିଲା ବାଣ ଫୁଟାଉ ଥିଲେ, ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଏବେ ସ୍ଥିତି ସାଧାରଣ ରହିଛି , ଫୋର୍ସ ମୁତୟନ କରି ଦିଆ ଯାଇଛି। ଯେଉଁ ଲୋକମାନେ ଆହତ ହୋଇଛନ୍ତି , ତାଙ୍କୁ ହସ୍ପିଟାଲ ପଠାଇ ଦିଆ ଯାଇଛି। ଯେଉଁ ଲୋକେ ଆଇନ ବ୍ୟବସ୍ଥାକୁ ବିଗାଡ଼ିବାକୁ ଚେଷ୍ଟା କରିଛନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ। ଇନ୍ଦୋରବାସୀ କୌଣସି ଗୁଜବକୁ ଧ୍ୟାନ ଦିଅନ୍ତୁ ନାହିଁ, ପୁରା ସ୍ଥିତି ନିୟନ୍ତ୍ରଣରେ ଅଛି। ଡିସିପି କହିଛନ୍ତି, ସିସିଟିଭି ଫୁଟେଜ୍‌ର ଯାଞ୍ଚ କରାଯାଉଛି ଏବଂ ଏହା ଦେଖୁଛି କି, କିଏ ମାହୋଲକୁ ଖରାପ କରିଛି। 

ଡିସିପି କହିଛନ୍ତି ଏଫଆଇଆର ରୁଜୁ କରାଯାଉଛି ଏବଂ କିଛି ଲୋକଙ୍କୁ ଚିହ୍ନଟ କରାଯାଇଛି। ସିସିଟିଭି ଫୁଟେଜ୍‌ ଓ ଭିଡ଼ିଓ ରେକର୍ଡିଂ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.