PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଅଶାନ୍ତ ବ୍ରହ୍ମପୁର : ଧମକ ଦେବାର ୨୪ଘଣ୍ଟା ଭିତରେ ହାଣିଲେ, ଏସ୍‌ପିଙ୍କୁ ଅଭିଯୋଗ କଲେ ଆହତଙ୍କ ମାଆ

ବ୍ରହ୍ମପୁର, ୨୩।୫ : ଅଶାନ୍ତ ହୋଇଛି ବ୍ରହ୍ମପୁର। ଜୀବନରେ ମାରି ଦେବାକୁ ଧମକ ଦେଲେ। ତା’ର ୨୪ଘଣ୍ଟା ଭିତରେ ଯୁବକଙ୍କୁ ହାଣିଲେ । ବଡ଼ବଜାର ଥାନା ପ୍ରହଲ୍ଲାଦ ନଗର ୪ର୍ଥ ଲାଇନ୍‌ରେ ଅପରାଧୀଙ୍କ ଏଭଳି ଆତଙ୍କରାଜ ଦେଖିବାକୁ ମିଳିଛି । ମାଳୁଆଣି ନଗର ତୃତୀୟ ଗଳିର ରୋସନ୍ କୁମାର ସୁବୁଦ୍ଧିଙ୍କୁ ହତ୍ୟା ଉଦ୍ୟମ ହୋଇଛି । ତାଙ୍କ ମୁଣ୍ଡର ପଛଭାଗ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୋଶନଙ୍କ ମାଆ ରାଜେଶ୍ବରୀ ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ଅଭିଯୁକ୍ତ ଗିରଫ ହୋଇନଥିବାରୁ ରାଜେଶଙ୍କ ପରିବାର ଲୋକ ଏସ୍‌ପି ଅଫିସରେ ଅଭିଯୋଗ କରିଛନ୍ତି। ଏସ୍‌ପିଙ୍କ ଅନୁପସ୍ଥିତିରେ ଏଏସ୍‌ପି ଅସୀମ ପଣ୍ଡାଙ୍କୁ ଭେଟି ସୁରକ୍ଷା ଦେବାକୁ ଦାବି କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜଣାଇଛନ୍ତି।

ରାଜେଶ୍ଵରୀଙ୍କ ଅଭିଯୋଗ ଅନୁଯାୟୀ ୨୧ତାରିଖ ରାତି ପ୍ରାୟ ସାଢ଼େ ୭ଟାରେ ତିନି ଜଣ ଯୁବକ ମାଳୁଆଣି ନଗର ସ୍ଥିତ ସୂର୍ଯ୍ୟ ସୁବୁଦ୍ଧିଙ୍କ ଘର ସାମ୍ନାରେ ଗାଳିଗୁଲଜ କରିବା ସହ ତାଙ୍କୁ ଓ ତାଙ୍କ ପୁଅକୁ ୨୪ଘଣ୍ଟା ଭିତରେ ହତ୍ୟା କରିବାକୁ ଧମକ ଦେଇଥିଲେ । ଏସମ୍ପର୍କରେ ସୂର୍ଯ୍ୟଙ୍କ ସ୍ତ୍ରୀ ରାଜେଶ୍ଵରୀ ବଡ଼ବଜାର ଥାନାରେ ଅଭିଯୋଗ କରି ସୁରକ୍ଷା ମାଗିଥିଲେ । ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରିଥିଲା ପୁଲିସ । କିନ୍ତୁ ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ସୋମବାର ପୂର୍ବାହ୍ନ ୧୧ଟରେ ତାଙ୍କ ପୁଅ ରୋଶନ୍ କାମକୁ ଯାଉଥିବା ବେଳେ ପ୍ରହଲ୍ଲାଦ ନଗର ୪ର୍ଥ ଲାଇନ୍‌ରେ ଅଭିଯୁକ୍ତ
ମାନେ ଖଣ୍ଡା ଏବଂ ଲୁହା ଛଡ଼ରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଅଭିଯୁକ୍ତ ମାନେ ହତ୍ୟା ଧମକ ଦେଇ ୨୪ଘଣ୍ଟା ଭିତରେ ହତ୍ୟା ଉଦ୍ୟମ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି । ଘଟଣାକୁ ଗୁରୁତ୍ବ ଭାବେ ନିଆଯାଇଛି ଏବଂ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।