ଚନ୍ଦନେଶ୍ଵର୧୬/୦୫: ଅନ୍ୟ ରାଜ୍ୟକୁ ଗଲେ କାମ କମ୍ ଟଙ୍କା ଅଧିକ। ରହିବା,ଖାଇବା ବାବଦକୁ ଖର୍ଚ୍ଚ ଦେବାକୁ ପଢିବନି। ଏଭଳି ମିଠା ମିଠା କଥା କହି ୮ ଜଣ ଗରୀବ, ନୀରିହ ଲୋକଙ୍କୁ ନେଇ ସେଠାରେ ଦିଆଯାଉଥିଲା ନାହିଁ ନଥିବା ଶରୀରିକ ଓ ମାନସିକ ନିର୍ଯ୍ୟାତନା। ପାରିଶ୍ରମିକ ମାଗିଲେ ମିଳୁଥିଲା ମାଡ। ଏଭଳି ପରିସ୍ଥିତିରେ ଏକ ମାସ କାମ କରିବା ପରେ ଆନ୍ଧ୍ରପ୍ରଦେଶରୁ ଲୁଚି ଛପି ଘରକୁ ପଳାଇ ଆସିଛତି ୬ ଜଣ ଶ୍ରମିକ । ଘରେ ପହଂଚିବା ପରେ ମିଛ ପ୍ରଲୋଭନ ଦେଖାଇ ସେଠାକୁ ନେଇଥିବା ଲୋକଙ୍କ ନାମରେ ତାଳସାରୀ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ତାଳସାରୀ ସମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତା ସୋରେନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇର ଉପାନ୍ତ ଅଂଚଳରେ।
ମିଳିଥିବା ସୂଚନା ଅନୁଯାୟୀ,ଭୋଗରାଇର ହୁଗୁଳି ପଂଚାୟତ ଅଧୀନ ସାନଡଭା ଗାଁର କାର୍ତ୍ତିକ ଦଳେଇଙ୍କ ପୁଅ ରାଜୁ ଗାଁରୁ ଲୋକ ନେଇ ବହାର ରାଜ୍ୟକୁ ପଠାଇ ମାଲେମାଲ ହେଉଛନ୍ତି। ବାଲକବାଳ ଗାଁର ମନ୍ମଥ ରାଉତ, ସାନଡଭା ଗାଁର ହରିଶ୍ଚନ୍ଦ୍ର ଗିରି, ବାଡସରିଷା ଗାଁର ବାବୁଲା ମରାଣ୍ଡି, ରଥ ମରାଣ୍ଡି, ଲକ୍ଷ୍ମୀକାନ୍ତ ମାରାଣ୍ଡି, ଗାଜିପୁର ଗାଁର ସେକ ସୈଫତ ଏବଂ ଅନ୍ୟ ୨ଜଣଙ୍କୁ ଭଲ କାମ ଯୋଗାଇ ଦେବାର ପ୍ରତିଶୃତି ଦେଇ ଆନ୍ଧ୍ର ପ୍ରଦେଶର ଗୁଣ୍ଡା ପୋଲିକୁ ନେଇଥିଲେ । ଦିନକୁ ୬ଶହ ଟଙ୍କା ମଜୁରୀ ସହିତ ରହିବା ଖାଇବା ଅଲଗା । ମାତ୍ର ସେଠାରେ ପହଂଚିବା ପରେ ଏକ ଗ୍ୟାସ ସିଲିଣ୍ଡର କମ୍ପାନୀରେ କାମରେ ଲଗାଇ ଦେଲେ । ଗାଁର ସାଧାରଣ ଲୋକ ମାନେ ଏଭଳି କଠିନ କାମ କରି ପାରିବେ ନାହଁ ବୋଲି କହିବା ପରେ ଏକ ଇଟାଭାଟି କୈରଖନାରେ ଲଗାଇ ଦେଲେ । ସେଠାରେ କଠିନ ପରିଶ୍ରମ ସାଙ୍ଗକୁ ମଜୁରି ବହୁ କମ ମିଳିଲା । ପ୍ରାୟ ୧ ମାସ ସେଠାରେ କାମ କରିବା ପରେ ପାରିଶ୍ରମିକ ମାଗିବାରୁ ସେମାନଙ୍କ ରହିବା, ଖାଇବା ଟଙ୍କା କାଟିନେବା ପରେ ଏମାନଙ୍କ ପାଖରୁ କମ୍ପାନୀ ଆହୁରି ଅର୍ଥ ପାଇବ ବୋଲି ହିସାବ ଦେଖାଇଲେ । ଫଳରେ ବଧ୍ୟ ହୋଇ ସେମାନେ ସେଠାରେ କାମ ନକରି ଘରକୁ ପଳାଇ ଆସିବାକୁ ବାହାରିବା ବେଳକୁ ଅରମ୍ଭ ହୁଏ ନିର୍ଯ୍ୟାତନା।
କାମ କରୁଥିବା ମାଲିକ ସମେତ ରାଜୁ ଦଳାଇ ମୋବାଇଲ ଛଡାଇ ନେବା ସହ ଏହି ଶ୍ରମିକ ମାନଙ୍କୁ ମାଡ ମାରି କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ। ଜୀବନକୁ ବଂଚାଇ ୬ ଜଣ ଲୁଚି ପଳାଇ ଆସି ଶୁକ୍ରବାର ଗାଁରେ ପହଂଚିଛନ୍ତି । ପରେ ରାଜୁ ଦଳେଇଙ୍କ ନାମରେ ତାଳସାରୀ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।