ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୮୮ଟି ଅଭିଯୋଗ ଫଇସଲା

ମାଲକାନଗିରି,୨୪।୧(ଆପ୍ର):କାଲିମେଳା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ କ୍ୟାମ୍ପ ପ୍ରକୋଷ୍ଠରେ ୮୮ଟି ଅଭିଯୋଗ ଫଇସଲା ହୋଇଛି। କାଲିମେଳା ବ୍ଳକରେ ଜିଲ୍ଲା ପାଳ ଵିଶାଲ ସିଂ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ। ବ୍ଲକର ବିଭିନ୍ନ ଗ୍ରାମରୁ ଲୋକ ମାନେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଦରଖାସ୍ତ ଦେଇଥିଲେ। ଜିଲ୍ଲାପାଳ ଗ୍ରାମ ବାସୀଙ୍କ ଅଭିଯୋଗ ଗୁଡିକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟ କାରୀ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଥିଲେ। ମୋଟ ୮୮ଟି ଅଭିଯୋଗର ଫଇସଲା କରିଥିଲେ। ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ପିଏ ଆଇଟିଡିଏ ତ୍ରିନାଥ ମାଝୀ, ସହକାରୀ ଏସପି ବଳଭଦ୍ର ଦୀପ,ବିଡ଼ିଓ, ବ୍ଲକ ଅଧକ୍ଷ। ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ।