• ପୁଣି ଭାରତ-ପାକିସ୍ତାନ ମଧ୍ୟରେ ଲାଗିବ ଯୁଦ୍ଧ
  • ସତର୍କ କରାଇଲା ଆମେରିକାର ଥିଙ୍କ୍ ଟ୍ୟାଙ୍କ୍
  • ୨୦୨୬ ମସିହାରେ ହେବ ଜୋରଦାର ଯୁଦ୍ଧ
  • ମେ ମାସରେ ହୋଇଥିଲା ଅପେରସନ ସିନ୍ଦୂର

ୱାଶିଂଟନ : ପୁଣି ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିବ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଆତଙ୍କବାଦକୁ ନେଇ ଜାରି ଉତ୍ତେଜନା ୨୦୨୬ ମସିହାରେ ସଶସ୍ତ୍ର ସଂଘର୍ଷରେ ବଦଳି ପାରେ। ଏହି କଥାର ଚେତାବନୀ ଏକ ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ଦେଇଛି। ଏହା ବ୍ୟତୀତ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷର ଆଶଙ୍କା କରାଯାଉଛି। ଏହି ଥିଙ୍କ୍ ଟ୍ୟାଙ୍କ ଆମେରିକୀୟ ଫରେନ ପଲିସ୍ ଏକ୍ସପର୍ଟଙ୍କ ସର୍ଭେ କରିଛି। ଏହି ଥିଙ୍କ୍ ଟ୍ୟାଙ୍କ କାଉନ୍ସିଲ ଅନ୍ ଫରେନ୍ ରିଲେସନ୍ସ (ସିଏଫଆର)। ସିଏଫଆରର କହିବାନୁସାରେ , ଦୁଇ ଦେଶ ମଧ୍ୟରେ ସଶସ୍ତ୍ର ସଂଘର୍ଷର ସମ୍ଭାବନା ଆମେରିକୀୟ ହିତ ଉପରେ ମଧ୍ୟ ପ୍ରଭାବ ପକାଇ ପାରେ। ସିଏଫଆର ୨୦୨୬ରେ ହେବାକୁ ଥିବା ସଂଘର୍ଷକୁ ନେଇ ଏକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ପାକିସ୍ତାନ ଦ୍ୱାରା ସୀମାରେ ଆତଙ୍କବାଦକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି।

ଉଲ୍ଲେଖନୀୟ ଯେ,ଭାରତ ଓ ପାକିସ୍ତାନ ମଧ୍ୟରେ ମେ ମାସରେ ଚାରି ଦିନ ଯାଏ ଲଢେଇ ଚାଲି ଥିଲା। ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇ ଥିବା ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଭାରତ ସାତ ମେ’ ରେ ଅପରେସନ ସିନ୍ଦୂର ଆରମ୍ଭ କରି ଥିଲା , ଯେଉଁଥିରେ ପାକିସ୍ତାନ ଓ ପାକିସ୍ତାନର କବଜାରେ ଥିବା କାଶ୍ମୀରରେ ଆତଙ୍କୀ ଢାଞ୍ଚାକୁ ଟାର୍ଗେଟ୍ କରାଯାଇ ଥିଲା। ଏହି କାର୍ଯ୍ୟାନୁଷ୍ଠାନ ୨୨ ଅପ୍ରେଲ୍ରେ ପହଲଗାମ ଆକ୍ରମଣର ଜବାବରେ କରାଯାଇ ଥିଲା। ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକଙ୍କ ଜୀବନ ଯାଇ ଥିଲା। ଭାରତ ଓ ପାକିସ୍ତାନ ୧୦ ମେ’ରେ ସାମରିକ ସଂଘର୍ଷ ବନ୍ଦ କରିବାକୁ ରାଜି ହୋଇ ଥିଲେ।

ଏହାସହ ମଧ୍ୟ ପଢନ୍ତୁ : ପାକିସ୍ତାନର ମନରୁ ଏବେବି ଯାଇନାହିଁ 'ଅପରେସନ ସିନ୍ଦୂର'ର ଭୟ , ସୀମାରେ ଲଗାଇଲା ଆଣ୍ଟି –ଡ୍ରୋନ୍ ସିଷ୍ଟମ

ଭାରତ ଅପରେସନ ସିନ୍ଦୂର ବେଳେ ସୀମାରେ ଥିବା ପାକିସ୍ତାନ ସମର୍ଥିତ ଆତଙ୍କୀଙ୍କ ଅନେକ ଆଡ୍ଡାକୁ ନଷ୍ଟ କରି ଦେଇଥିଲା। ଏହାପରେ ପାକିସ୍ତାନର ମନୋବୃତ୍ତିରେ କିଛି ମାତ୍ରାରେ ଥଣ୍ଡା ପଡ଼ିଛି, କିନ୍ତୁ ଏହାର ନେତାମାନେ ସମୟ ସମୟରେ ଧମକ ଦେବାରେ ଲାଗିଛନ୍ତି। ଅରେସନ ସିନ୍ଦୂର ଠାରୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବାରେ ଲାଗିଛି। ସଦ୍ୟ କିଛି ଇଣ୍ଟେଲିଜେନ୍ସ ରିପୋର୍ଟରୁ ଜଣାପଡ଼ିଛି ଯେ, ଥଣ୍ଡା ପାଗରେ ୩୦ ଜଣ ପାକିସ୍ତାନୀ ଆତଙ୍କୀ ଜମ୍ମୁ ଅଞ୍ଚଳରେ ସକ୍ରିୟ ଅଛନ୍ତି।

ଏହା ବ୍ୟତୀତ ସିଏଫଆର ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନକୁ ଆଉ ଏକ ମୋର୍ଚ୍ଚା ଉପରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ପାରେ। ଏହା ମୁତାବିକ ଏହି କଥାର ଆଶଙ୍କା ଯେ, ଆଫଗାନିସ୍ତାନ ଓ ପାକିସ୍ତାନ ୨୦୨୬ରେ ପରସ୍ପର ଭିତରେ ଲଢେଇ ଲାଗି ପାରନ୍ତି। ହେଲେ ଏହି ଲଢେଇର ଆମେରିକାର ହିତ ଉପରେ ସେତେ ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା ନାହିଁ। କହି ରଖୁଛୁ କି , ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ସଦ୍ୟ ସମୟ ଖୁବ୍ ଉତ୍ତେଜନାପୂର୍ଣ୍ଣ ରହିଛି। ଦୁଇ ଦେଶ ମଧ୍ୟରେ ଏବେ ବି ଖଣ୍ଡା ଚାଲୁଛି। ଉଲ୍ଲେଖନୀୟ ଯେ, ୨୫ ନଭେମ୍ୱରରେ ଆଫଗାନିସ୍ତାନର ତାଲିବାନ ସରକାର ମଙ୍ଗଳବାର ପାକିସ୍ତାନ ଉପରେ ତିନୋଟି ପୂର୍ବ ପ୍ରାନ୍ତରେ ବିଳମ୍ୱିତ ରାତିରେ ବିମାନ ଆକ୍ରମଣ କରିବାକୁ ଅଭିଯୋଗ କରିଛି ,ଯେଉଁଥିରେ ୯ ଜଣ ପିଲାଙ୍କ ସହ ୧୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି।