• ଏଲଓସିରେ ଆଣ୍ଟି ଡ୍ରୋନ୍‌ ସିଷ୍ଟମ ମୁତୟନ ବୃଦ୍ଧି କଲା ପାକିସ୍ତାନ

  • ଭାରତ ହମଲା କଲେ ସେ ତୁରନ୍ତ ପ୍ରତିରୋଧ କରିବ

  • ଅପରେସନ ସିନ୍ଦୂରକୁ ଭୁଲି ପାରୁନି ପାକିସ୍ତାନ  ​​​​​​​

  • ପାକିସ୍ତାନ ୩୦ଟି ଡେଡିକେଟେଡ୍‌ ଆଣ୍ଟି-ଡ୍ରୋନ୍‌ ସିଷ୍ଟମ ଲଗାଇଛି

ନୂଆଦିଲ୍ଲୀ : ‘ ଅପରେସନ ସିନ୍ଦୂର’ରେ ଭାରତ ପାକିସ୍ତାନ ସାବାଡ୍‌ କରି ଦେଇଥିଲା। ତା ଉପରେ ଅନେକ ବିମାନ ଆକ୍ରମଣ କରି ତାକୁ ସଂପୂର୍ଣ୍ଣ ରୂପେ ପରାଜିତ କରି ଦେଇ ଥିଲା। ସେହି ପରାଜୟର ଭୟ ପାକିସ୍ତାନର ମନରୁ ଏବେବି ଯାଉ ନାହିଁ। ବର୍ତ୍ତମାନ ସେ ଏଲଓସି ନିକଟରେ ଆଣ୍ଟି ଡ୍ରୋନ୍‌ ସିଷ୍ଟମର ମୁତୟନକୁ ବୃଦ୍ଧି କରି ଦେଇଛି, ଯେଉଁଥିରେ ଭାରତ ଆଉ ଥରେ ବିମାନ ହମଲା କଲେ , ତାକୁ ଭାବିବାକୁ କିଛି ସମୟ ମିଳି ପାରିବ। ହେଲେ , ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଚାଇନା ଆଣ୍ଟି ଡ୍ରୋନ୍‌ ସିଷ୍ଟମ ପୂରା କାମ କରି ନଥିଲା ଏବଂ ଭାରତ ଯେଉଁଠି ଚାହୁଁ ଥିଲା , ସେଠାରେ ଆକ୍ରମଣ କରିଥିଲା।

​​​​​​​ଏହାସହ ମଧ୍ୟ ପଢନ୍ତୁ : ସାନ୍ତାକୁ ପୁଟିନଙ୍କ ମୃତ୍ୟୁ ମାଗିଲେ ଜେଲେନସ୍କି ! ଭିଡ଼ିଓ ଜାରି କରି ୟୁକ୍ରେନୀ ରାଷ୍ଟ୍ରପତି କହିଲେ ...

‘ଇଣ୍ଡିଆ ଟୁଡେ’ ଅନୁସାରେ ,ପାକିସ୍ତାନ ଏଲଓସି ନିକଟରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଆଗରେ ଥିବା ଅଞ୍ଚଳରେ ଆଣ୍ଟି ଡ୍ରୋନ୍‌ ସିଷ୍ଟମ ମୁତୟନକୁ ବଢାଇ ଦେଇଛି। ସେ ରାୱଲକୋଟ୍, କୋଟଲି , ଭୀମବର ସେକ୍ଟରରେ ନୂଆ କାଉଣ୍ଟର ଅନମ୍ୟାନ୍ଡ ଏରିୟଲ ସିଷ୍ଟମ (ସି-ୟୁଏଏସ) ଲଗାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ,ପାକିସ୍ତାନ ୩୦ଟି ଡେଡିକେଟେଡ୍‌ ଆଣ୍ଟି-ଡ୍ରୋନ୍‌ ସିଷ୍ଟମ ଲଗାଇଛି। ଏହା ମାଧ୍ୟମରେ ପାକିସ୍ତାନ ନିଜର ଏୟାରସ୍ପେସ୍‌କୁ ଉନ୍ନତ କରିବାରେ ଲାଗିଛି।

​​​​​​​ପାକିସ୍ତାନ ସେନା ଇଲେକ୍ଟ୍ରୋନିକ୍‌ ଓ କାଇନେଟିକ୍‌ କାଉଣ୍ଟର ୟୁଏଏସ୍‌ ସିଷ୍ଟମର ମିକ୍ସ ଲଗାଇଛି। ଏହାକୁ ନେଇ ଦାବି କରାଯାଏ ଯେ, ଏହା ୧୦ କିଲୋମିଟରର ରେଞ୍ଜରେ ଆସୁଥିବା ଛୋଟ କିମ୍ୱା ପୁଣି ବଡ଼ ଡ୍ରୋନ୍‌କୁ ଡିକ୍ଟେଟ୍‌ କରିପାରିବ। ହେଲେ , ଏହା ଯୁଦ୍ଧ ସମୟରେ କେତେ କାମରେ ଆସିବ , ଏହା ତ ସମୟାନୁସାରେ ଜଣାପଡ଼ିବ। ଅନ୍ୟପଟେ ପାକିସ୍ତାନ ସଫରାହ ଆଣ୍ଟି ୟୁଏବି ଜୈମିଂ ଗନ୍‌ର ମଧ୍ୟ ବ୍ୟବହାର କରିଥାଏ, ଯାହାକୁ କାନ୍ଧରେ ଅପରେଟ୍‌ କରାଯାଏ ଏବଂ ସହଜରେ ଦେଢ କିଲୋମିଟରର ରେଞ୍ଚରେ ଆସୁଥିବା ଡ୍ରୋନ୍‌କୁ ମାରି ଖସାଇ ଦେଇ ପାରେ।

ଏହାସହ ମଧ୍ୟ ପଢନ୍ତୁ - ରୁଷ୍‌ ବିରୋଧରେ ଅଭିଯୋଗ କଲେ ଜେଲେନସ୍କି , କହିଲେ - ବିନା ବିଦ୍ୟୁତ୍ ଓ ପାଣିରେ ଜୀବନ ବିତାଉଛନ୍ତି ୟୁକ୍ରେନର ଲକ୍ଷ ଲକ୍ଷ ଲୋକ

ଅପ୍ରେଲ ମାସରେ ପାକିସ୍ତାନ ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା କରି ଅନେକ ପର୍ଯ୍ୟଟକଙ୍କ ଜୀବନ ନେଇ ଥିଲା। ଏହାପରେ ଭାରତ ମେ ମାସର ଆରମ୍ଭରେ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା ଏବଂ ପିଓକେରୁ ନେଇ ପାକିସ୍ତାନ ଯାଏ, ଲଶ୍କର , ଜୈଶ ଭଳି ଆତଙ୍କୀଙ୍କ ଠିକଣାରେ ଉପରେ ବିମାନ ଆକ୍ରମଣ କରିଥିଲା। ଏଥିରେ ବହୁ ସଂଖ୍ୟାରେ ଆତଙ୍କୀ ନିହତ ହୋଇଥିଲେ। ପାକିସ୍ତାନ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ପକ୍ଷରୁ ଜମ୍ମୁ-କାଶ୍ମୀରରୁ ଗୁଜରାଟ ଯାଏ ବର୍ଡରର ଅଞ୍ଚଳରେ ତୁର୍କୀ ଡ୍ରୋନ୍‌ ମାଧ୍ୟମରେ ହମଲାର ଅସଫଳ ଚେଷ୍ଟା କରିଥିଲା। ଭାରତ ପୁଣି ଜବାବ ଦେଇ ପାକିସ୍ତାନର ଅନେକ ଏୟାରବେସ୍‌କୁ ଧ୍ୱଂସ କରିଦେଇ ଥିଲା। ହେଲେ , ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରାମର ଘୋଷଣା ହୋଇଥିଲା, କିନ୍ତୁ ଭାରତ ସ୍ପଷ୍ଟ କରି ଦେଇ ଥିଲା ଯେ, ଅପରେସନ ସିନ୍ଦୂର ଶେଷ ହୋଇ ନାହିଁ ଏବଂ ଏହା ଏବେ ମଧ୍ୟ ଜାରି ରହିଛି। ଯଦି ପାକିସ୍ତାନ ପକ୍ଷରୁ ଆଗକୁ କୌଣସି ଆକ୍ରମଣ କରାଯାଏ ତ ଏହାକୁ ‘ଆକ୍ଟ ଅଫ୍‌ ୱାର’ କୁହାଯିବ।