ସର୍ଜିକାଲ ଷ୍ଟ୍ରାଇକ୍-୧ ରେ ପ୍ରମାଣ ମାଗିଥିବା ଏହି ନେତା ଏବେ ସର୍ଜିକାଲ ଷ୍ଟ୍ରାଇକ୍-୨ ପାଇଁ ବାୟୁସେନାକୁ କଲେ ପ୍ରଶଂସା

ନୂଆଦିଲ୍ଲୀ,୨୬।୨: ଭାରତୀୟ ସେନା ଦ୍ବାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍-୧କୁ ନେଇ ମୋଦି ସରକାରଙ୍କୁ ପ୍ରମାଣ ମାଗୁଥିବା ଲୋକେ ଏବେ ସର୍ଜିକାଲ ଷ୍ଟ୍ରାଇକ୍-୨ ପାଇଁ ବାୟୁସେନାକୁ ଖୋଲାଖୋଲି ଭାବରେ ପ୍ରଶଂସା କରିଛନ୍ତି। ନିର୍ବାଚନୀ ବର୍ଷ ଥିବାରୁ ଏବେ ନା କେହି ମୋଦି ସରକାର କିମ୍ବା ବାୟୁସେନା ଉପରେ ପ୍ରଶ୍ନବାଚୀ ଉଠାଇ ନାହାଁନ୍ତି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, କଂଗ୍ରେସ ନେତା ପି.ଚିଦମ୍ବରମ ଏବଂ ସଞ୍ଜୟ ନିରୁପମ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
I salute the bravery of Indian Air Force pilots who have made us proud by striking terror targets in Pakistan
— Arvind Kejriwal (@ArvindKejriwal) February 26, 2019
I salute the Indian Air Force and indeed all our Armed Forces. Congratulations @IAF_MCC
— Akhilesh Yadav (@yadavakhilesh) February 26, 2019
?? I salute the pilots of the IAF. ??
— Rahul Gandhi (@RahulGandhi) February 26, 2019
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ମୁଁ ବାୟୁସେନାର ପାଇଲଟଙ୍କୁ ସାଲ୍ୟୁଟ କରୁଛି। କେଜ୍ରିଓ୍ବାଲ କହିଛନ୍ତି, ପାକିସ୍ତାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଯେଉଁମାନେ ଆମକୁ ଗର୍ବିତ ଅନୁଭବ କରାଇଛନ୍ତି ମୁଁ ସେହି ଭାରତୀୟ ବାୟୁସେନା ପାଇଲଟଙ୍କୁ ସାଲ୍ୟୁଟ କରୁଛି। ଅଖିଳେଶ ଯାଦବ କହିଛନ୍ତି, ମୁଁ ଭାରତୀୟ ବାୟୁସେନା ଏବଂ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ କରୁଛି। ସମସ୍ତଙ୍କୁ ଅଭିନନ୍ଦନ। କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି, ଏଲଓସି ପାର କରି ବାୟୁସେନାର ଏହି ଏୟାର ଷ୍ଟ୍ରାଇକ ଖୁବ୍ ସ୍ବାଗତଯୋଗ୍ୟ ପଦକ୍ଷେପ। ସାରା ଦେଶ ପୁଲଓ୍ବାମା ଆକ୍ରମଣ ଘଟଣାର ପ୍ରତିଶୋଧ ନେବାକୁ ଚାହୁଁଥିଲା। ବାୟୁସେନାର ପାଇଲଟଙ୍କୁ ମୁଁ ସାଲ୍ୟୁଟ କରୁଛି। ଜୟ ହିନ୍ଦ। ସେଭଳି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ,ଆଇଏଏଫ୍ ମାନେ ଭାରତୀୟ ଅଦ୍ଭୁତ ସେନାନୀ। ଜୟ ହିନ୍ଦ।
Air strikes across #LOC is a welcome move. The whole nation wanted a revenge of #PulwamaAttack. My salute to #IAF pilots.#JaiHind
— Sanjay Nirupam (@sanjaynirupam) February 26, 2019
IAF also means India’s Amazing Fighters. Jai Hind
— Mamata Banerjee (@MamataOfficial) February 26, 2019
ଏଠାରେ ଉଲ୍ଳେଖନୀୟ ଯେ କେଜ୍ରିଓ୍ବାଲଙ୍କ ସହିତ ଏହି ସବୁନେତା ସର୍ଜିକାଲ ଷ୍ଟ୍ରାଇକ୍-୧ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରମାଣ ମାଗିଥିଲେ। କେଜ୍ରିଓ୍ବାଲ କହିଥିଲେ ମୋଦି ପାକିସ୍ତାନ ଏଜେଣ୍ଡାଙ୍କର ପର୍ଦାଫାଶ କରନ୍ତୁ। ଏହା ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନର କହିଥିଲା ଭାରତ ପକ୍ଷରୁ କୌଣସି ସର୍ଜିକାଲ ଷ୍ଟ୍ରାଇକ୍ ହୋଇନାହିଁ। ୨୯ ସେପ୍ଟେମ୍ବର ୨୦୧୬ରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରି ପାକିସ୍ତାନରେ ବହୁ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲା। କଂଗ୍ରେସ ନେତା ପି. ଚିଦମ୍ବରମ ଓ ସଞ୍ଜୟ ନିରୁପମ ସର୍ଜିକାଲ ଷ୍ଟ୍ରାଇକ୍ ନେଇ ପ୍ରମାଣ ମାଗିଥିଲେ। କିନ୍ତୁ ସର୍ଜିକାଲ ଷ୍ଟ୍ରାଇକ୍-୨କୁ ପାଇଁ ଏହି ନେତାମାନେ ବାୟୁସେନାକୁ ପ୍ରଶଂସା କରିଛନ୍ତି।