ଗୋଆରେ ସରକାର ଗଠନ ଦାବି କଲା କଂଗ୍ରେସ, ରାଜ୍ୟପାଳଙ୍କୁ ଲେଖିଲା ଚିଠି

ପାଣାଜୀ,୧୬।୩: ରାଜ୍ୟରେ ସରକାର ଗଠନ କରିବାର ଦାବି ନେଇ ଆଜି ରାଜ୍ୟପାଳ ମୃଦଳା ସିହ୍ନାଙ୍କୁ ଚିଠି ଲେଖିଛି ଗୋଆ କଂଗ୍ରେସ।ଜଣେ ବିଜେପି ବିଧାୟକଙ୍କ ମୃତ୍ୟୁ ପରେ କ୍ଷମତା ଦଖଲ କରିବାକୁ ମନ ବଳାଇଛି କଂଗ୍ରେସ। ଦଳ ପକ୍ଷରୁ କହିଛି ବିଧାୟକ ସନ୍ ଫ୍ରାନସିସ୍ ଡିସୁଜାଙ୍କ ପରଲୋକ ପରେ ବିଧାସଭାରେ ବିଜେପିର ୧୩ ଜଣ ବିଧାୟକ ରହିଛନ୍ତି। ମନୋହର ପାରିକରଙ୍କ ନେତୃତ୍ବାଧୀନ ସରକାର ଲୋକଙ୍କ ବିଶ୍ବାସ ହରାଇ ବସିଛି। ତେଣୁ ଯେଉଁ ପାର୍ଟି ସ୍ବଳ୍ପମତରେ ରହିଛି ତାକୁ ସରକାରରେ ରହିବାର କୌଣସି ଅଧିକାର ନାହିଁ। ଆମେ ଚାହୁଁଛୁ ବର୍ତ୍ତମାନର ସରକାରଙ୍କୁ ବହିଷ୍କାର କରାଯାଉ ଓ ସବୁଠାରୁ ବଡ ଦଳ କଂଗ୍ରେସକୁ ସରକାର ଗଠନ କରିବାର ସୁଯୋଗ ଦିଆଯାଉ।

ଉଲ୍ଳେଖନୀୟ ଯେ ଗୋଆର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଫ୍ରାନ୍ସିସ୍ ଡିସୁଜାଙ୍କର ଗତ ଫେବୃଆରୀ ମାସରେ ପରଲୋକ ହୋଇଥିଲା। ଆମେରିକାରେ କର୍କଟ ରୋଗ ଜନିତ ଅସ୍ତ୍ରୋପଚାର ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ।ଅନ୍ୟପକ୍ଷରେ ପାନ୍କ୍ରିଆଟିକ୍ ସମସ୍ୟା ଭୋଗୁଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଦୀର୍ଘ ସମୟ ଧରି ଅସୁସ୍ଥ ଅଛନ୍ତି। ମୁମ୍ବାଇ ଓ ଆମେରିକା ଭଳି ବହୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇସାରଇଛି। ଦିଲ୍ଲୀରେ ଏବେ ପାରିକରଙ୍କ ଚିକିତ୍ସା ଚାଲିଛି। ଅସୁସ୍ଥ ଥିଲେ ମଧ୍ୟ ପାରିକର ନିଜର ସମସ୍ତ ଦାୟିତ୍ବ ସଠିକ୍ ଭାବରେ ତୁଲାଉଛନ୍ତି। କିନ୍ତୁ କଂଗ୍ରେସ ଅଭିଯୋଗ କରିଆସୁଛି ଯେ ଜଣେ ଅସୁସ୍ଥ ମୁଖ୍ୟମନ୍ତ୍ରୀ କିଭଳି ରାଜ୍ୟର ଦାୟିତ୍ୱ ତୁଲାଇପାରିବେ? ଏହା ପୂର୍ବରୁ ମଧ୍ୟ କଂଗ୍ରେସ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଠନ କରିବାକୁ ଦାବି କରିସାରିଛି। ପାରିକରଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।
Congress stakes claim to form government in Goa; writes to Governor to dismiss BJP-led govt which is in "minority" & call "single-largest party Congress to form govt".Also states in its letter, "any attempt to bring Goa under President's rule will be illegal & will be challenged" pic.twitter.com/EZ125NRO0a
— ANI (@ANI) March 16, 2019
୨୦୧୭ ମସିହା ବିଧାନସଭା ନିର୍ବାଚନରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ ବିଜେପି ୧୩ଟି ଆସନ ଜିତିଥିବା ବେଳେ କଂଗ୍ରେସ ୧୭ ଓ ଅନ୍ୟମାନେ ୧୦ଟି ଜିତିଥିଲେ। ୧୭ ଜଣ ବିଧାୟକଙ୍କ ସହିତ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା କଂଗ୍ରେସ। କିନ୍ତୁ ଅନ୍ୟ ଦଳଙ୍କ ସହାୟତାରେ ବିଜେପି ସରକାର କରିଥିଲା ଏବଂ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ।