ଭୁବନେଶ୍ବର,୩୦।୩ : ଏସସିବି ମେଡିକାଲରେ ନିଆଁ ଲାଗି ୧୩ଜଣଙ୍କ ଜୀବନ ଯିବା ଘଟଣାରେ କଂଗ୍ରେସ ଓ ବିଜେଡି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ଭେଟି ୬ ଟି ଦାବି ଜଣାଇଛନ୍ତି। । ଏସସିବି ଘଟଣାରେ ସରକାର ପଦକ୍ଷେପ ନେବା ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା କଂଗ୍ରେସ ଓ ବିଜେଡି ବିଧାୟକମାନେ ଦାବି କରିଛନ୍ତି। ସେହିପରି ମୃତକଙ୍କ ପରିବାର ଲୋକଙ୍କୁ ଏକ କୋଟି ଟଙ୍କା ସହାୟତା ଦେବାକୁ ଦାବି କରିଛନ୍ତି।
ରାଜ୍ୟପାଳଙ୍କୁ ବିଜେଡିର ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ସବୁ ଆଡୁ ଦାବି ହେଉଛି, ସରକାର ପଦକ୍ଷେପ ନିଅନ୍ତୁ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ହସ୍ପିଟାଲ କର୍ତୃପକ୍ଷଙ୍କ ଉପରେ ଆଖି ଦୃଶିଆ ଆକ୍ସନ ନିଆଯାଉ। ହେଲେ ସରକାର ନିଦ୍ରାରେ। କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି। କେବଳ ତଳ ଶ୍ରେଣୀ କର୍ମଚାରୀଙ୍କ ବିରୋଧ ଆକ୍ସନ ନେଇ ଖସିବାକୁ ଉଦ୍ୟମ କରୁଛନ୍ତି ସରକାର। ଗତ ୧୫ ଦିନ ହେବ ଏ ନେଇ ବିଧାନସଭା ଅଚଳ ହୋଇଛି। ହେଲେ ସରକାର କିଛି ପଦକ୍ଷେପ ନେଲେନି। ଆଜି ବାଧ୍ୟ ହୋଇ ଆଜି ରାଜ୍ୟପାଳଙ୍କୁ ଭେଟି ୬ ଦାବି ଦିଆଯାଇଛି। ମୃତକଙ୍କ ପରିବାର ଲୋକଙ୍କୁ ଏକ କୋଟି ଟଙ୍କା ଦିଆଯାଉ। ଆଶା କରାଯାଉଛି, ରାଜ୍ୟପାଳ ପଦକ୍ଷେପ ନେବେ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ରାଜ୍ୟ ସରକାର ଓଡ଼ିଶା ଲୋକଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି। ୧୩ ଜଣ ମଲେ । ହେଲେ ସରକାର ଦାୟିତ୍ୱ ନେଉ ନାହାନ୍ତି। ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ। ରାଜ୍ୟବାସୀଙ୍କ ଆସ୍ଥା ଭାଙ୍ଗି ଯାଇଛି। ନବୀନ ପଟ୍ଟନାୟକ ସରକାର ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ହେଲେ ଏ ସରକାର କିଛି କରୁନି। ଆଗକୁ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି।