ଭୁବନେଶ୍ୱର ୭/୪: ରବିବାର ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଆଜି ୭ ପ୍ରାର୍ଥୀ ଘୋଷଣା କରିବା ସହିତ ପୂର୍ବରୁ ଘୋଷଣା ହୋଇଥିବା ୨ ବିଧାନସଭା ପାଇଁ ପ୍ରାର୍ଥୀ ବଦଳାଇଛି ଦଳ । ଭଣ୍ଡାରୀପୋଖରୀରୁ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପୂର୍ବରୁ ତିର୍ତ୍ତୋଲରୁ ବିଭୁ ପ୍ରସାଦ ତରାଇଙ୍କୁ ପ୍ରାର୍ଥୀ କରାଯାଇଥିଲା । ତେବେ ସେ ଦଳ ଛାଡିବା ପରେ ଦେବୀ ପ୍ରସାଦ ମଲ୍ଲିକଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରାଯାଇଛି । ଧର୍ମଶାଳାରେ ମଧ୍ଯ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ସ୍ମୃତିରେଖାଙ୍କ ବଦଳରେ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ । ବଡଚଣାରୁ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ଦେଖନ୍ତୁ ତାଲିକା...
ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ
ଭଦ୍ରକ- ନଳିନୀକାନ୍ତ ମହାନ୍ତି
ବଡଚଣା-ସୀତାକାନ୍ତ ମହାପାତ୍ର
ଧର୍ମଶାଳା- କିଷାନ ପଣ୍ଡା
ସାଲେପୁର- ରବୀନ୍ଦ୍ରନାଥ କର
ମହାକାଳପଡା- ବିଭ୍ରାଂଶୁ ଶେଖର ଲେଙ୍କା
ତିର୍ତ୍ତୋଲ- ଦେବୀ ପ୍ରସାଦ ମଲ୍ଲିକ୍
ବାଲିକୁଦା ଏରସମା- ଡ. ଲଲାଟେନ୍ଦୁ ମହାପାତ୍ର
ନିମାପଡା- ସତ୍ଯବ୍ରତ ପାତ୍ର
{"id":11023}