PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଲୋକସଭା ନିର୍ବାଚନ: ୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

source:http://totaltv.in

ନୂଆଦିଲ୍ଲୀ,୭ ।୩(ଏଜେନ୍ସି): ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେଥିରେ ଉତ୍ତରପ୍ରଦେଶ ପାଇଁ ୧୧ ଓ ଗୁଜରାଟ ପାଇଁ ୪ ଜଣଙ୍କ ନାମ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କର ପାରମ୍ପରିକ ଆସନ ୟୁପିର ଆମେଥି ଏବଂ ତାଙ୍କ ମା ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲିରୁ ଲଢ଼ିବେ । କଂଗ୍ରେସର ଗଡ଼ ତଥା ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବେ ଆମେଥି ଓ ରାୟବରେଲି ପରିଚିତ । ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ କେବଳ ଏହି ଦୁଇ ଆସନ ପାଇଥିଲା । ତେବେ ତାଲିକାରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ସ୍ଥାନ ପାଇନାହିଁ । ୟୁପିର ଫାରୁକାବାଦ ଆସନରୁ ପୂର୍ବତନ ମନ୍ତ୍ରୀ ସଲମାନ ଖୁର୍ସିଦ ଓ କୁଶୀନଗର ଆସନରୁ ଆରପିଏନ୍‌ ସିଂହ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେହିପରି ସାହାରନପୁରରୁ ଇମ୍ରାନ ମାସୁଦ, ବଦାୟୁଁରୁ ସଲିମ ଇକବାଲ ସେରୱାନି, ଧୌରହରାରୁ ଜିତିନ ପ୍ରସାଦ, ଉନ୍ନାଓରୁ ଅନୁ ଟଣ୍ଡନ, ଆକବରପୁରରୁ ରାଜାରାମ ପାଲ, ଜଲାଉଁରୁ ବ୍ରିଜଲାଲ ଖାବ୍ରି ଓ ଫୈଜାବାଦରୁ ନିର୍ମଳ ଖତ୍ରୀ ପ୍ରାର୍ଥୀ ହୋଇଛନ୍ତି । ଅପରପକ୍ଷରେ ଗୁଜରାଟରେ ପଶ୍ଚିମ ଅହମ୍ମଦାବାଦରୁ ରାଜୁ ପରମାର, ଆନନ୍ଦରୁ ଭରତ ସିଂହ ସୋଲାଙ୍କି, ବଡୋଦରାରୁ ପ୍ରଶାନ୍ତ ପଟେଲ ଓ ଛୋଟା ଉଦୟପୁରରୁ ରଣଜିତ ମୋହନ ସିଂହ ରାଠୱା ପ୍ରାର୍ଥୀ ହୋଇଛନ୍ତି । ୟୁପିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ କରିଥିବା ବେଳେ କଂଗ୍ରେସକୁ ନେଇନଥିଲେ । ପରେ କଂଗ୍ରେସ ସମସ୍ତ ୮୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି ।