ଭାରତ ଯୋଡ଼ୋ ଯାତ୍ରାରେ ନଜର ଆସିଲେ ରାହୁଲ ଗାନ୍ଧୀଙ୍କ ଡୁପ୍ଲିକେଟ୍ … ସେଲ୍ଫି ନେବାକୁ ଲୋକଙ୍କ ଭିଡ଼

ଶ୍ରୀନଗର : କଂଗ୍ରେସର ଭାରତ ଯୋଡୋ ଯାତ୍ରା ରେ ରାହୁଲ ଗାନ୍ଧୀଙ୍କ ଡୁପ୍ଲିକେଟ୍ ଫୈସଲ ଚୌଧୁରୀ ଲୋକଙ୍କର ଆକର୍ଷଣ ସାଜିଛନ୍ତି। ରାହୁଲଙ୍କ ପରି ଫୈସଲ ବି ଧଳା ରଙ୍ଗର ଡ୍ରେସ୍ ପିନ୍ଧି ଯାତ୍ରାରେ ସାମିଲ ହୋଇଛନ୍ତି। ସେ କହିଛନ୍ତି ଯେଉଁ ଲୋକ କଂଗ୍ରେସ ନେତାଙ୍କୁ ଭେଟି ପାରୁ ନାହାନ୍ତି ଓ ତାଙ୍କ ସହ ଫଟୋ ଉଠାଇ ପାରୁ ନାହାନ୍ତି , ସେମାନେ ତାଙ୍କ ସହ ଫଟୋ ଉଠାନ୍ତୁ । ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ପରେ ଲୋକେ ଫୈସଲଙ୍କର ସବୁଠୁ ଅଧିକ ଫଟୋ ନେଇଛନ୍ତି। ସୂଚନା ଯେ ଏହି ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ।
ଫୈସଲ ଚୌଧୁରୀଙ୍କ ଭିଡ଼ିଓ କ୍ଲିପ୍ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତାଙ୍କୁ ବିଭିନ୍ନ ଭିଡ଼ିଓରେ ରାହୁଲଙ୍କ ଅନ୍ୟ ସମର୍ଥକଙ୍କ ସହ ଚାଲୁଥିବାର ଦେଖିପାରିବେ। ଫୈସଲ ବାଗପତ (ଉତ୍ତର ପ୍ରଦେଶ-ଦିଲ୍ଲୀ ସୀମା) ରେ ୫ଜାନୁୟାରୀରେ ଯାତ୍ରାରେ ସାମିଲ ହୋଇଥିଲେ। ସେ କହିଥିଲେ କି ଲୋକେ ମୋ ପାଖକୁ ଆସନ୍ତୁ , ମୋର ଫଟୋ ଉଠାନ୍ତୁ ଓ ଭିଡ଼ିଓ ବି କରନ୍ତୁ। ରାହୁଲ ଗାନ୍ଧୀଙ୍କୁ ଭଲ ପାଉଥିବାରୁ ଲୋକେ ମୋ ସହ ଫଟୋ ଉଠାଉଛନ୍ତି । ଅନେକ ସମୟରେ ଲୋକେ ସେଲଫି ଉଠାଉବା ବେଳେ କହୁଛନ୍ତି …ଆରେ ଏ ତ ରାହୁଲ ଗାନ୍ଧୀ ନୁହଁନ୍ତି।
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଖି ସାୱନ୍ତ , ଆଗୁଆ ଜାମିନ ଆବେଦନ କଲେ !
ଉତ୍ତର ପ୍ରଦେଶରେ ରହୁଥିବା ଫୈସଲଙ୍କ ମଧ୍ୟ ରାହୁଲ ଗାନ୍ଧୀଙ୍କ ପରି ଦାଢ଼ି ଅଛି। ଯାତ୍ରାରେ ସାମିଲ ଅନ୍ୟ ଲୋକେ ଜ୍ୟାକେଟ୍ ଓ ସ୍ୱେଟର ପିନ୍ଧିଥାନ୍ତି । କିନ୍ତୁ ଫୈସଲ ରାହୁଲଙ୍କ ପରି ଧଳ ଟି-ସାର୍ଟରେ ନଜର ଆସିଛନ୍ତି । ସେ କୁହନ୍ତି ରାହୁଲ ଜୀ ଟି-ସାର୍ଟ ପିନ୍ଧି ପାରିବେ ଯଦି , ଆଉ କିଏ କାହିଁକି ପିନ୍ଧି ପାରିବ ନାହିଁ । ମୁଁ ଏହା ବିନା ସଙ୍କଚରେ ପିନ୍ଧୁଛି। କିଛି ଅସୁବିଧା ହେଉନାହିଁ ।