PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

କଂଗ୍ରେସ-ବିଜେପି ମୁହାଁମୁହିଁ, ଗୃହ ମୁଲତବି

ଭୁବନେଶ୍ୱର,୧୬ ।୭(ବ୍ୟୁରୋ): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ସରକାର ମିଛ ଖେଳ ଖେଳୁଛନ୍ତି । ସରକାର ସାପ ମରିବନି କି ବାଡ଼ି ଭାଙ୍ଗିବନି ନୀତି ଆପଣାଇଛନ୍ତି । କେଉଁଠି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବେ ତାହା କେନ୍ଦ୍ରକୁ ସ୍ପଷ୍ଟ କରୁନାହାନ୍ତି । ଏ ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ବଲାଙ୍ଗୀର ଜିଲ୍ଲାର ଓକିଲମାନେ ଭୁବନେଶ୍ୱର ଆସି ଆନ୍ଦୋଳନ କରିଛନ୍ତି । ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆନ୍ଦୋଳନକାରୀଙ୍କ ସହ ନିଜେ ଯାଇ ଆଲୋଚନା କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ କିମ୍ବା ଆଇନ ମନ୍ତ୍ରୀ ଆଲୋଚନା କରି ବାଟ ବାହାର କରନ୍ତୁ । ଆଜି କଂଗ୍ରେସ ଦଳ ବିଧାନସଭାରେ ଏମିତି ଦାବି କରିଛି ।

ମଙ୍ଗଳବାର ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ସାରା ରାଜ୍ୟରେ ଲୋକମାନେ ଏବେ ନ୍ୟାୟ ପାଇବାରୁ ବଞ୍ଚିତ । ବିଭିନ୍ନ ସ୍ଥାନରେ ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଏବେ ଉଗ୍ର ରୂପ ନେଲାଣି । ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲାର ଓକିଲମାନେ ଦୀର୍ଘଦିନ ହେବ ଆନ୍ଦୋଳନ କରି ଆସୁଛନ୍ତି । ଏପରିକି ଗଡ଼ଜାତ ମିଶ୍ରଣ ବେଳେ ଚୁକ୍ତି ମଧ୍ୟ ହୋଇଥିଲା ଯେ ଗଡ଼ଜାତ ଅଞ୍ଚଳବାସୀ କୌଣସି ସୁବିଧା ସୁଯୋଗରୁ ବଞ୍ଚିତ ହେବେ ନାହିଁ । ପୂର୍ବରୁ ଏ ଦେଶୀୟ ରାଜ୍ୟରେ ଏକ ହାଇକୋର୍ଟ ମଧ୍ୟ କାମ କରୁଥଲା । ଯଶୋବନ୍ତ ସିଂ କମିଶନଙ୍କ ରିପୋର୍ଟ ଅନୁସାରେ ବଲାଙ୍ଗୀର ଭଳି ପଛୁଆ ଓ ଶିଳ୍ପଶୂନ୍ୟ ଜିଲ୍ଲା ହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଉପଯୁକ୍ତ ସ୍ଥାନ । ଏପରିକି ଏ ଦାବିରେ ଓକିଲମାନେ ଦୀର୍ଘଦିନ ହେବ ଆନ୍ଦୋଳନ ଜାରି ରଖିଥିବାରୁ ସାଧାରଣ ଲୋକ ନ୍ୟାୟ ପାଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓକିଲମାନେ ବଲାଙ୍ଗୀରରୁ ଆଜି ଭୁବନେଶ୍ୱର ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ନିଜେ କିମ୍ବା ପ୍ରତିନିଧି ପଠାଇ ଆଲୋଚନା କରନ୍ତୁ ।

ଶ୍ରୀ ମିଶ୍ର କହିଲେ, କେଉଁଠି ସ୍ଥାୟୀ ବେଞ୍ଚ ଖୋଲିବ ସେଥିପାଇଁ ସରକାର ଜଷ୍ଟିସ୍‌ ପାଲ କମିଶନ ବସାଇଥିଲେ । ମାତ୍ର ଏ କମିଶନ ରିପୋର୍ଟ ଏଯାଏ ବିଧାନସଭାରେ ଉପସ୍ଥାପିତ କରାଯାଉନି । ୬ ମାସ ଯାଇ ୬ ବର୍ଷ ହେଲାଣି । ସରକାର କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏ ରିପୋର୍ଟ ଗଲା କୁଆଡେ? ଏହାକୁ ସରକାର ଗମ୍ଭୀରତାର ସହ ନିଅନ୍ତୁ । କୋର୍ଟ ଚଳେଇବା ସରକାରଙ୍କର ଦାୟିତ୍ୱ ।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ସାରା ବଲାଙ୍ଗୀର ଜିଲ୍ଲାରେ ଏବେ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ । ଓକିଲମାନେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ପଶ୍ଚିମ ଓଡ଼ିଶାରେ ବଲାଙ୍ଗୀର ହିଁ ଏଥିପାଇଁ ଉପଯୁକ୍ତ ସ୍ଥାନ । ଏ ନେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, କୋରାପୁଟ ହେଉଛି ସିଡ୍ୟୁଲ ଏରିଆ । ପଛୁଆ ଅଞ୍ଚଳ ଭାବେ ଏଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ଦରକାର । ରାଜ୍ୟ ସରକାର କିନ୍ତୁ ଏ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି । ବାଚସ୍ପତି ଏ ନେଇ ରୁଲିଂ ଦେବାକୁ କଂଗ୍ରେସ ସଭ୍ୟମାନେ ଅଡି଼ ବସିଥିଲେ ।

ବାଚସ୍ପତି ଏହା ପରେ ବିଜେପି ସଭ୍ୟ ବିଷ୍ଣୁଚରଣ ସେଠୀଙ୍କୁ କହିବାକୁ ଡାକିଲେ । ସେ ପିଏମ କିଷାନ ଯୋଜନାରେ ରାଜ୍ୟ ସରକାରଙ୍କ ଅସହଯୋଗ ପ୍ରସଙ୍ଗ ଉଠାଇଲା ବେଳକୁ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି ବାଚସ୍ପତିଙ୍କ ଆସନ ନିକଟକୁ ମାଡ଼ି ଆସି ପାଟି କଲେ । ତାଙ୍କ ସହ ଦଳର ଆଉ କିଛି ବିଧାୟକ ମଧ୍ୟ ହୋହଲ୍ଲା କରିବାରୁ ବିଜେପି ସଭ୍ୟ ଶ୍ରୀ ସେଠୀ କ’ଣ କହୁଥିଲେ କିଛି ଶୁଭୁନଥିଲା । ଏମିତି ଅବସ୍ଥା ୧ ମିନିଟ୍‌ କାଳ ଲାଗି ରହିବାରୁ ବିଜେପି ସଭ୍ୟମାନେ ଉତକ୍ଷିପ୍ତ ହୋଇ ନିଜ ଆସନରେ ଛିଡ଼ା ହୋଇ ଏହାର ପ୍ରତିବାଦ କଲେ । ବିଷ୍ଣୁ କହିଲେ, କଂଗ୍ରେସ ସଦସ୍ୟମାନେ ଆମକୁ କୌଣସି ପ୍ରସଙ୍ଗରେ କହିବାକୁ ସୁଯୋଗ ନଦେଇ ହୋହଲ୍ଲା କରୁଛନ୍ତି ବୋଲି ଅଭିଯୋଗ କଲେ ।

ଏଠି ବିଜେଡି-କଂଗ୍ରେସ ମଧ୍ୟରେ ଫିକ୍ସିଂ ହୋଇଛି । ବାଚସ୍ପତି ଆମକୁ ସୁରକ୍ଷା ଦିଅନ୍ତୁ ବୋଲି ଅଡ଼ି ବସିଲେ । କହିବାକୁ ସୁଯୋଗ ନଦେଲେ କକ୍ଷତ୍ୟାଗ କରିବାକୁ ଧମକ ଦେଲେ । କଂଗ୍ରେସ ସଭ୍ୟଙ୍କ ହୋହଲ୍ଲା ସହ ବିଜେପି ସଭ୍ୟଙ୍କ ପାଟିତୁଣ୍ଡରେ ଗୃହରେ କମ୍ପନ ସୃଷ୍ଟି ହେଲା । ବାଚସ୍ପତି କ’ଣ କରିବେ କିଛି ବାଟ ନପାଇ ଗୃହକୁ ପ୍ରଥମେ ୧୨.୧୧ରେ ୨୦ ମିନିଟ୍‌ ପାଇଁ ମୁଲତବି ରଖିଲେ । ଏହାପରେ ପୁଣି ୧୦ ମିନିଟ୍‌ ଗୃହ ମୁଲତବି ରହିଲା । ମାତ୍ର ଦୁଇ ଦଳ ନିଜ ଜିଦରେ ଅଟଳ ରହିବାରୁ ୧୨.୪୧ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବି ରଖିଲେ ।