PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

୬ ଲୋକସଭା, ୩୬ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ବହୁ ହିସାବ ନିକାଶ ଓ ଛକାପଞ୍ଝା ପରେ କଂଗ୍ରେସ ଜାରି କରିଛି ପ୍ରଥମ ଦଫା ପ୍ରାର୍ଥୀ ତାଲିକା । ଏଥିରେ ୬ଟି ଲୋକସଭା ଆସନ ସହ ୩୬ଟି ବଧିାନସଭା ନର୍ବିାଚନମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଆଜି ବିଳମ୍ବିତ ରାତିରେ ପ୍ରାର୍ଥୀ ଘୋଷଣା କରିଛି । ହେଲେ ପ୍ରଥମ ପର୍ଯ୍ୟାୟରେ ଭୋଟ୍‌କୁ ଯାଉଥିବା କୋରାପୁଟ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ । ଲଟକିଛି । ଲୋକସଭା ତାଲିକାରେ ଜଣେ ବି ମହିଳା ପ୍ରାର୍ଥୀ ନାହାନ୍ତି । ୩୬ଟି ବିଧାନସଭା ଆସନ ମଧ୍ୟରୁ ୨୩ଟି ଆସନରେ ନୂଆ ମୁହଁକୁ ପ୍ରାର୍ଥୀ କରଛି ିକଂଗ୍ରେସ । ବରଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ବ୍ରହ୍ମପୁର ଲୋକସଭା ଆସନରେ ବି କଂଗ୍ରେସ ନୂଆ ଚେହେରାଙ୍କୁ ଟିକେଟ ଦେଇଛି । ନବରଙ୍ଗପୁର ଲୋକସଭା ଆସନରେ ଦଳ ପ୍ରଦୀପ ମାଝିଙ୍କୁ ପୁଣି ପ୍ରାର୍ଥୀ କରିଛି । କଳାହାଣ୍ଡିରେ ବି ପୁରୁଣା ଚେହେରା ଭକ୍ତ ଚରଣ ଦାସ ଟିକେଟ ପାଇଛନ୍ତି । ବ୍ରହ୍ମପୁର ପାଇଁ ଭି.ଚନ୍ଦ୍ରଶେଖର ନାଇଡ଼ୁଙ୍କୁ ବଛା ଯାଇଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌କୁ ଯାଉଥିବା ବରଗଡ଼ ଲୋକସଭା ପ୍ରାର୍ଥୀ ହେଲେ ପ୍ରଦୀପ ଦେବତା । ସୁନ୍ଦରଗଡ଼ ଲୋକସଭା ଆସନରେ ଦଳ ଜର୍ଜ ତିର୍କୀଙ୍କୁ ଟିକେଟ ଦେଇଥିବାବେଳେ କନ୍ଧମାଳ ପାଇଁ ମନୋଜ ଆଚାର୍ଯ୍ୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ସେହିଭଳି ପ୍ରଥମ ପର୍ଯ୍ୟାୟରେ ଭୋଟ୍‌କୁ ଯାଉଥିବା ପାରଳାଖେମୁଣ୍ଡି, ଛତ୍ରପୁର, ଜୁନାଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, କୋଟପାଡ଼, ରାୟଗଡ଼ା ଓ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ଅଟକିଛି । ପଦ୍ମପୁରରେ ସତ୍ୟଭୂଷଣ ସାହୁ, ବରଗଡ଼ରେ ନିପନ ଦାସ, ଅତିବରାରେ ନିହାର ମହାନନ୍ଦ, ବୀରମିତ୍ରପୁରରେ ରୋହିତ ଯୋଶେଫ ତିର୍କି, ରାଜଗାଙ୍ଗପୁରରେ ଡା.ସି.ଏସ୍‌. ରାଜନଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ବୀରମହାରାଜପୁର ପାଇଁ ବିନୋଦ କୁମାର ପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବଲାଙ୍ଗିର ଆସନରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁଣି ଥରେ ମଇଦାନକୁ ଓହ୍ଲାଇବେ ।

ନୂଆପଡ଼ାରୁ କଂଗ୍ରେସ ଘାସିରାମ ମାଝିଙ୍କୁ ଟିକେଟ ଦେଇ ଥିବାବେଳେ ଖରିଆରରେ ଅଧୀରାଜ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି । ଝରିଗାଁରେ ଉଲଧର ମାଝୀ ପ୍ରାର୍ଥୀ ହୋଇଥିବାବେଳେ ନବରଙ୍ଗପୁର ବିଧାନସଭା ଆସନରୁ ଲଢିବେ ହେଭିୱେଟ୍‌ ସଦନ ନାଏକ । ଡାବୁଗାଁ ଆସନରୁ ବିଧାୟକ ଭୁଜବଳ ମାଝୀ ମଇଦାନକୁ ଓହ୍ଳାଇବେ । ଲାଞ୍ଜଗିଡ଼ ପାଇଁ ଦଳ ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କୁ ଟିକେଟ ଦେଇଥିବାବେଳେ ଧର୍ମଗଡରୁ ନିର୍ବାଚନ ଲଢିବେ ଦିଗମ୍ଭର ଦୁରିଆ । ବାଲିଗୁଡ଼ାରୁ ସିମନ ମଲିକ୍ଲ ପ୍ରାର୍ଥୀ ହୋଇଥିବାବେଳେ ଫୁଲବାଣୀ ଆସନରୁ ଲଢିବେ କିଶୋର ଚନ୍ଦ୍ର କଅଁର । କଣ୍ଟାମାଳରୁ ପ୍ରଶାନ୍ତ ସାହୁଙ୍କୁ ହାତ ଟିକେଟ ମିଳିଥିବାବେଳେ ଦଶପଲ୍ଲାେ ଆସନରୁ ପ୍ରଶାନ୍ତ ନାୟକ, ଭଞ୍ଜନଗରରୁ ସଂଜୟ ତିପ୍ରାଠୀ, ପୋଲସରାରୁ ହରିଚରଣ ସ୍ୱାଇଁ, କବିସୂର୍ଯ୍ୟନଗରରୁ ବିଜୟ ସାହୁ, ଆସିକାରୁ ମନୋଜ ଜେନା ପ୍ରାର୍ଥୀ ହୋଇଛନ୍ତି । ସାନଖେମୁଣ୍ଡିରୁ ଏଥର ମଇଦାନକୁ ଓହ୍ଳାଇବେ ପବୂର୍ତନ ବିଧାୟକ ରମେଶ ଜେନା । ହିଞ୍ଜିଳିରୁ ରାମକଷ୍ଣୃ ପଣ୍ଡା, ଗୋପାଳପୁରରୁ ଏସ୍. ଧର୍ମରାଜ ରେଡ୍ଡୀ, ବହ୍ରପ୍ମୁରରୁ ଲିଙ୍ଗରାଜ ଚୌଧୁରୀ, ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ର, ଚିକିଟିରୁ ସୁବାସ ଚନ୍ଦ୍ର ରାଉତ ଓ ମୋହନା ଆସନରୁ ଡଃ ଦାଶରଥି ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଗୁଣୁପୁରରୁ ପୁରୁଷୋତ୍ତମ ଗମାଙ୍ଗ, ବିଷମ କଟକରୁ ନୀଳମାଧବ ହିକ୍କା ପ୍ରାର୍ଥୀ ହୋଇଛନ୍ତି । ଜୟପୁରରୁ ପୁଣି ଥରେ ଲଢିବେ କଂଗ୍ରେସ ମୁଖ୍ୟ ସଚେତକ ତାରା ବାହିନୀପତି । କୋରାପୁଟ ଆସନରୁ କଷ୍ଣୃଚନ୍ଦ୍ର କୁଲଦୀପ, ପଟ୍ଟାଙ୍ଗିରୁ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ମାଲକାନଗିରିରୁ ମାଲା ମାଢି ଓ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ ମିଳିଛି ।

ସମ୍ବନ୍ଧିତ ଖବର