PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସପନାଙ୍କୁ ମିଛ ପ୍ରମାଣିତ କଲା କଂଗ୍ରେସ, ଜାରି କଲା ସଦସ୍ୟତା ଫର୍ମ

ନୂଆଦିଲ୍ଲୀ,୨୪।୩:ହରିୟାଣାର ସିଙ୍ଗର ଓ ଡ୍ୟାନ୍ସର ସପନା ଚୌଧରି କଂଗ୍ରେସରେ ସାମିଲ ହୋଇଛନ୍ତି ବୋଲି ଆଜି କଂଗ୍ରେସ ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶ କଂଗ୍ରେସ ସଚିବ ନରେନ୍ଦ୍ର ରାଠି ଫଟୋ ଜାରି କରିବା ସହ କହିଛନ୍ତି ସପନା ଚୌଧରି କଂଗ୍ରେସରେ ଯୋଗ ଦେଇଥିଲେ। ସେ କଂଗ୍ରେସର ଲେଟର ହେଡଙ୍କୁ ଏକ ଫଟୋ ଜାରି କରିଛନ୍ତି। ଯେଉଁଥିରେ ସପନା ଚୌଧରି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଲେଟର ହେଡରେ ସପନାଙ୍କ ସମ୍ପୂର୍ଣ୍ଣ ସୂଚନା ରହିଛି।

ସପନା କଂଗ୍ରେସରେ ଯୋଗଦେବା ନେଇ ଉଠିଥିବା ବିବାଦ ଭିତରେ ନରେନ୍ଦ୍ର ରାଠି ତାଙ୍କର ସଦସ୍ୟତା ଲେଟର ଜାରି କରିଛନ୍ତି। ସେ କହିଛନ୍ତି ଗତକାଲି ସପନା ଆସିଥିଲେ ଓ ସେ ଆମ ଦଳର ସଦସ୍ୟତା ଫର୍ମ ପୂରଣ କରିଥିଲେ, ଯେଉଁଥିରେ ତାଙ୍କର ସିଗନେଚର ମଧ୍ୟ ରହିଛି। କେବଳ ସପନା ନୁହେଁ ତାଙ୍କ ଭଉଣୀ ମଧ୍ୟ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ଆମ ପାଖରେ ଦୁହିଁଙ୍କର ସଦସ୍ୟତା ଗ୍ରହଣ କରିଥିବା ଫର୍ମ ମଧ୍ୟ ରହିଛି। ନରେନ୍ଦ୍ର ରାଠି ସପନାଙ୍କ ସହିତ ତାଙ୍କର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସପନା  କାଗଜରେ କିଛି ଲେଖୁଛନ୍ତି। ଏହାଛଡା ୟୁପି ଅଧ୍ୟକ୍ଷ ରାଜ ବବର ଆଜି ଏକ ଫଟୋ ଟ୍ବିଟରରେ ସେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ଦେଖିବାକୁ ମିଳିଛି ସପନାଙ୍କୁ। ରାଜ ବବର ଟ୍ବିଟ୍ କରି ସପନା ଚୌଧରିଙ୍କୁ କଂଗ୍ରେସରେ ସ୍ବାଗତ କରିଛନ୍ତି।

କଂଗ୍ରେସରେ ସପନା ଯୋଗଦେବା ନେଇ ଯୋରଦାର ଚର୍ଚ୍ଚା ହେଉଥିବା ବେଳେ ଆଜି କିନ୍ତୁ ସେ ଏହାକୁ ଖଣ୍ଡନ କରିଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସପନା  ସଫେଇ ଦେଇଛନ୍ତି ଯେ ୟୁପି ପ୍ରଦେଶ କଂଗ୍ରେସ ଅଧ୍ଯକ୍ଷ ରାଜ୍ ବବରଙ୍କ ସହିତ ତାଙ୍କର କୌଣସି ସାକ୍ଷାତ ହୋଇନି । ଭବିଷ୍ୟତରେ କଂଗ୍ରେସ ସହିତ ମିଶିବାର ମଧ୍ୟ କୌଣସି ଯୋଜନା  ନାହିଁ। ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଭାଇରାଲ ହୋଇଥିବା ଫଟୋଟି ବହୁତ ପୁରୁଣା। ସେ କହିଛନ୍ତି  ମୁଁ କୌଣସି ପାର୍ଟି ପାଇଁ ପ୍ରଚାର କରିବିନି। ମୁଁ ଜଣେ କଳାକାର, ମୋ ପାଇଁ ସବୁ ଦଳ ସମାନ। ତାଙ୍କର ପୁରୁଣା ଫଟୋକୁ ସାମ୍ନାକୁ ଅଣାଯାଇଛି । ତାଙ୍କ ନାଁରେ ନକଲି ଟ୍ୱିଟର ଆକାଉଣ୍ଟ ଚଲାଯାଉଛି ବୋଲି ସେ କହିଛନ୍ତି । ସେ ଟ୍ୱିଟର ଚଲାନ୍ତି ନାହିଁ ବୋଲି ସଫା ମନା କରିଦେଇଛନ୍ତି। ଉଲ୍ଳେଖନୀୟ ଯେ କଂଗ୍ରେସ ପକ୍ଷରୁ ତାଙ୍କର ସଦସ୍ୟତା ଫର୍ମ ଜାରି କରାଯାଇଥିବା ବେଳେ ସପନାଙ୍କ ଫଟୋ ଏବଂ ହସ୍ତାକ୍ଷର ସହିତ ୨୩ ତାରିଖ ଲେଖା ଯାଇଛି। ଏବେ ପ୍ରଶ୍ନ ଉଠୁଛି ସପନାଙ୍କ ସଦସ୍ୟତା ଫର୍ମ ମିଛ ନା  ସପନା ଚୌଧରି?