ମୋଦିଙ୍କ ବାୟୋପିକ୍କୁ ବିରୋଧ: ନିର୍ବାଚନ କମିସନ୍ରେ କଂଗ୍ରେସର ଫେରାଦ

source:www.timesnownews.com
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ର ମୁକ୍ତିଲାଭ ପ୍ରସଙ୍ଗକୁ ନେଇ କଂଗ୍ରେସ ଆଜି ନିର୍ବାଚନ କମିସନ୍ଙ୍କ ନିକଟରେ ଫେରାଦ ହୋଇଛି । ଏପ୍ର୍ରିଲ୍ ୫ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହି ତାରିଖକୁ ଘୁଞ୍ଚାଇ ଦେବା ପାଇଁ କଂଗ୍ରେସ ଦାବି କରିଛି । ନିର୍ବାଚନ ପରେ ଏହା ପରଦାକୁ ଆସୁ ବୋଲି ଦଳ କହିଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସାଧାରଣ ନିର୍ବାଚନ ପାଇଁ ଦେଶରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି । କିନ୍ତୁ ଏପ୍ରିଲ୍ ୫ରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ପିଏମ୍ ନରେନ୍ଦ୍ର ମୋଦି’ ଏହି ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ କରିବ । ଏହି ଚଳଚ୍ଚିତ୍ରରେ ମୋଦିଙ୍କୁ ହିରୋ ବନାଯାଇଛି । ତାଙ୍କୁ ସମର୍ଥନ କରି ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏପ୍ରିଲ୍ ୧୧ରୁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏପ୍ରିଲ୍ ୫ରେ ଫିଲ୍ମଟି ମୁକ୍ତିଲାଭ କଲେ ବିଜେପି ଫାଇଦାରେ ରହବି । ଭୋଟରମାନେ ଏହାଦ୍ୱାରା ପ୍ରଭାବତି ହୋଇ ବେିଜପକିୁ ଅଧକି ଭୋଟ୍ ଦେବେ । ତେଣୁ ନର୍ବିାଚନ ଆଚରଣବଧିକିୁ ସମ୍ମାନ ଜଣାଇ ଏହ ିଚଳଚ୍ଚତିକ୍ରୁ ରୋକାଯବିା ଆବଶ୍ୟକ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା, କପିଲ ସିବଲ ଏବଂ ଅଭିଷେକ ମନୁ ସିଙ୍ଘ୍ଭିଙ୍କୁ ନେଇ ଏକ ପ୍ରତିନିଧି ଦଳ ନିର୍ବାଚନ କମିସନ୍ଙ୍କ ନିକଟରେ ଦାବି କରିଛି । ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ରର ମୁକ୍ତିଲାଭକୁ ବିରୋଧ କରିବ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ପକ୍ଷରୁ ଗତକାଲି ଧମକ ଦିଆଯାଇଥିଲା । ଏହି ଚଳଚ୍ଚିତ୍ରରେ ମୋଦିଙ୍କ ଭୂମିକାରେ ଅଭିନେତା ବିବେକ ଓବରୟ ଅଭିନୟ କରିଛନ୍ତି ।