ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦିଲ୍ଲୀ ନିର୍ବାଚନ ଲାଗି କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, କେଜ୍ରିଓ୍ବାଲଙ୍କ ସିଟ୍‌ରେ ଲଢ଼ିବେ ଶୀଲା ଦୀକ୍ଷିତଙ୍କ ପୁଅ

Published By : Tapas Panda | December 12, 2024 11:13 PM

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି । ପ୍ରଥମ ସୂଚୀରେ କଂଗ୍ରେସ ମୋଟ ୨୧ ଜଣ ପ୍ରାର୍ଥୀଙ୍କ ନାଁ  ସାମିଲ କରିଛି । ନୂଆଦିଲ୍ଲୀ ଆସନରୁ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ମୈଦାନକୁ ଓହ୍ଲାଇଛି । ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦାମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିଧାୟକ ଅଛନ୍ତି । ବାଦଲି ଆସନରୁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ, ୱଜିରପୁରରୁ ରାଗିନି ନାୟକ ଏବଂ କସ୍ତୁରବା ନଗରରୁ ଅଭିଷେକ ଦତ୍ତ ନିର୍ବାଚନ ଲଢିବେ ।

ସୂଚନାଯୋଗ୍ୟ, ଅରବିନ୍ଦ କେଜ୍ରିୱାଲ ୨୦୧୩ ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ଆସନରୁ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏବଂ ସିନ୍ଦୀପ ଦୀକ୍ଷିତଙ୍କ ମା’ ଶୀଲା ଦୀକ୍ଷିତଙ୍କୁ ପରାସ୍ତ କରିଥିଲେ । ଆମ୍ ଆଦାମୀ ପାର୍ଟିର ଅବଧ ଓଝାଙ୍କ ସାମନାରେ କଂଗ୍ରେସ ଅନିଲ ଚୌଧୁରୀଙ୍କୁ ମୈଦାନକୁ ଓହ୍ଲାଇଛି । ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ମୁସ୍ତଫାବାଦରୁ ଅଲି ମହନ୍ଦୀ, ସୀଲମପୁରରୁ ଅବଦୁଲ ରହମାନ, ନାଙ୍ଗଲୋଇ ଜାଟରୁ ରୋହିତ ଚୌଧୁରୀ ଏବଂ ଶାଲିମାର ବାଗରୁ ପ୍ରବୀଣ ଜୈନ ନିର୍ବାଚନ ଲଢିବେ ।

ସେହିଭଳି କଂଗ୍ରେସ ଦ୍ବାରକାରୁ ଆଦର୍ଶ ଶାସ୍ତ୍ରୀ, ଛତରପୁରରୁ ରାଜିନ୍ଦର ତଂଓ୍ବର, ଆମ୍ବେଦକର ନଗରରୁ ଜୟ ପ୍ରକାଶ, ଗ୍ରେଟର କୈଳାଶରୁ ଗର୍ବିତ ସିଂଘଭୀ, ପଟପଡ଼ଗଞ୍ଜରୁ ଅନିଲ କୁମାର ଏବଂ ସୀଲମପୁରରୁ ଅବ୍ଦୁଲ ରେହମାନଙ୍କୁ ପ୍ରାର୍ଥୀ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.