ଏହି ରୁମ୍ ସହିତ ଜଡିତ ରହିଛି ପ୍ରିୟଙ୍କା ଗାନ୍ଧିଙ୍କର ଅତୀତର କିଛି ସୃତି

ନୂଆଦିଲ୍ଲୀ,୧୮।୩: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ଲୋକସଭା ନିର୍ବାଚନ ଅଭିଯାନ ପାଇଁ ପ୍ରୟାଗରାଜ ପହଁଞ୍ଚିସାରିଛନ୍ତି। ସେ ୧୮ ରୁ ୨୦ ପର୍ଯ୍ୟନ୍ତ ପ୍ରୟାଗରାଜରେ ଗଙ୍ଗାରୁ ମୋଟରବୋଟ୍ ଜରିଆରେ ବାରଣାସୀ ଯିବେ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରୟାଗରାଜ ପହଁଞ୍ଚିଥିବା ପ୍ରିୟଙ୍କା ଗାନ୍ଧି ପରିବାର ସହିତ ଏକ ଖାସ୍ ସମ୍ପର୍କ ଥିବା ସ୍ବରାଜ ଭବନକୁ ଯାଇଥିଲେ। ଯେଉଁଠି ଇନ୍ଦିରା ଗାନ୍ଧିଙ୍କର ଜନ୍ମ ହୋଇଥିଲା। ଆଜି ମଧ୍ୟ ନେହରୁ ପରିବାର ସହିତ ଯୋଡି ହୋଇ ରହିଥିବା ବହୁ ଐତିହାସିକ ଜିନିଷ ଏଠାରେ ରହିଛି। ଏହି ଭବନର ପରିଚୟ ଏକ ସଂଗ୍ରହାଳୟ ରହିଛି।
स्वराज भवन के आँगन में बैठे हुए वह कमरा दिख रहा है जहाँ मेरी दादी का जन्म हुआ। रात को सुलाते हुए दादी मुझे जोन ऑफ आर्क की कहानी सुनाया करती थीं। आज भी उनके शब्द दिल में गूँजते हैं। कहती थीं- निडर बनो और सब अच्छा होगा। pic.twitter.com/q8Ecdb2RsL
— Priyanka Gandhi Vadra (@priyankagandhi) March 17, 2019
ଗତ ରବିବାର ପ୍ରିୟଙ୍କା ଗାନ୍ଧି ଟ୍ବିଟ୍ କରି କହିଥିଲେ ସ୍ବରାଜ ଭବନରେ ବସି ମୁଁ ସେହି କୋଠରୀକୁ ଦେଖୁଛି, ଯେଉଁଠି ମୋ ଜେଜେ ମା’ ଜନ୍ମ ହୋଇଥିଲେ। ରାତିରେ ମୋତେ ଶୁଆଇବା ବେଳେ ସେ ମୋନେ ଜୋନ୍ ଅଫ୍ ଆର୍କାର କାହାଣୀ ଶୁଣାଉଥିଲେ। ଆଜି ମଧ୍ୟ ତାଙ୍କର ପ୍ରତିଟି ଶବ୍ଦ ମୋ ହୃଦୟ ଭିତରେ ରହିଛି। ସେ କହୁଥିଲେ ସାହାସୀ ହୁଅ, ତା ହେଲେ ସବୁ ଭଲ ହେବ। ଏଠାରେ ଉଲ୍ଳେଖନୀୟ ଯେ ଜୋନ୍ ଅଫ୍ ଆର୍କ ଫ୍ରାନ୍ସର ଜଣେ ବୀରାଙ୍ଗନା ଥିଲେ। ଏକ କୃଷକ ପରିବାରରେ ଜନ୍ମିତ ଏହି ବୀରଙ୍ଗନା ଫ୍ରାନ୍ସର ସେନାର ନେତୃତ୍ବ ନେଇ ୧୯ ବର୍ଷ ବୟସରେ ବୀରଗତି ପ୍ରାପ୍ତ କରିଥିଲେ।