ଗଣମାଧ୍ୟମରେ ବୁଲୁଥିବା ପ୍ରାର୍ଥୀ ତାଲିକା ପ୍ରକୃତ ତାଲିକା ନୁହେଁ: କଂଗ୍ରେସ

ଭୁବନେଶ୍ବର ୭/୩ : ଗଣମାଧ୍ୟମରେ ବୁଲୁଥିବା ପ୍ରାର୍ଥୀ ତାଲିକା ଠିକ୍ ନୁହେଁ ବୋଲି କହିଲା କଂଗ୍ରେସ । ପିସିସି ଏଭଳି କୌଣସି ଅଫିସିଆଲି ଭାବେ ପ୍ରାର୍ଥୀ ତାଲିକା ଜାରି କରିନାହିଁ ବୋଲି ସ୍ପଷ୍ଟ କରିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ଯକ୍ଷ ସତ୍ୟ ନାୟକ । ଏକ ପ୍ରେସମିଟ୍ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି । ଗଣମାଧ୍ୟମରେ ବୁଲୁଥିବା ତାଲିକା ଠିକ୍ ନୁହେଁ ଏବଂ ଏହା ଦ୍ୱନ୍ଦ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।
ଗଣମାଧ୍ୟମରେ ବୁଲୁଥିବା ତାଲିକାକୁ ବିଶ୍ବାସ ନକରିବା ପାଇଁ କଂଗ୍ରେସ ପକ୍ଷରୁ କୁହାଯାଇଛି । ପିଇସି ପକ୍ଷରୁ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ତାଲିକା ହୋଇଛି ଓ ତାଲିକାକୁ ସିଇସି ଓ ଏଆଇସିସିକୁ ପଠାଯାଇଛି । ତେବେ ଗଣମାଧ୍ୟମରେ ବୁଲୁଥିବା ତାଲିକା ପ୍ରକୃତ ତାଲିକା ନୁହେଁ ବୋଲି ସୂଚନା ଦେଇଛି କଂଗ୍ରେସ ।