PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଆପଣଙ୍କ ଉପସ୍ଥିତି ଆସାମକୁ ବଦନାମ କରୁଛି’ : ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ଚିଠି ଲେଖି ରାଜ୍ୟ ଛାଡ଼ିବାକୁ ଅନୁରୋଧ କଲେ କଂଗ୍ରେସ ନେତା   

pic - internet

ନୂଆଦିଲ୍ଲୀ: ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ତୁରନ୍ତ ଆସାମ ଛାଡ଼ିବାକୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭୁପେନ ବୋରା। ସେ ଏହି ଚିଠିରେ ଲେଖିଛନ୍ତି ଯେ ଆସାମରେ ବନ୍ୟା ପରିସ୍ଥିତି ଭୟାନକ ହେଉଛି। ଅନେକ ଲୋକ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ଆପଣ ଆସାମର ବିଜେପି ସରକାରଙ୍କ ଅତିଥି ହୋଇ ପଞ୍ଚ ତାରକା  ହୋଟେଲରେ ରହିଛନ୍ତି। ଯାହା ଆପଣଙ୍କୁ ଶୋଭା ଦେଉନି।

 ବୋରା ଚିଠିରେ ଆହୁରି ଲେଖିଛନ୍ତି ଯେ ଆପଣଙ୍କ ଉପସ୍ଥିତି ଗୁୱାହାଟିରେ ବର୍ତ୍ତମାନ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛି। ଆପଣଙ୍କ ଯୋଗୁ ରାଜ୍ୟ ବଦନାମ ହେଉଛି। ଏଥିପାଇଁ ତୁରୁନ୍ତ ଆସାମ ଛାଡ଼ିବାକୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ବୋରା ଏକାନଥ ସିନ୍ଦେଙ୍କୁ ଅନୁରୋଧ କରିଛନ୍ତି।

ସୂଚନା ଥାଉକି, ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ହଲଚଲ ଦେଖାଦେଇଛି। ମହା ବିକାଶ ଅଘାଡ଼ି ସରକାର ବର୍ତ୍ତମାନ ପତନ ହାବକୁ ଯାଉଛି। ଶିବସେନର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ୫୦ ରୁ ଅଧିକ ବିଧାୟକଙ୍କୁ ନେଇ ଆସାମ ଗୁୱାହାଟିର ଏକ ପଞ୍ଚ ତାରକା ହୋଟେଲରେ ଡେରା ପକାଇଛନ୍ତି। ଏତିକି ବେଳେ ସଂଖ୍ୟ ଗରିଷ୍ଠତା ହରାଇ ବସିଛି ମହା ବିକାଶ ଅଘାଡ଼ି ସରକାର।