PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବାଲିଯାତ୍ରା ଆୟୋଜନକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

କଟକ ୧୯/୧୧: ବାଲିଯାତ୍ରା ଆୟୋଜନକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ବାଲିଯାତ୍ରା ଆୟୋଜନକୁ ନେଇ ଆରୋପ ପ୍ରତ୍ୟାରୋପ କରିବା ଠିକ୍ ନୁହେଁ ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି। ଆଜି ଗୋରାକବର ସ୍ଥିତ ମଧୁସୂଦନ ଦାସଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଦେବା ଅବସରରେ ବାଲିଯାତ୍ରା ବିଭ୍ରାଟ ସମ୍ପର୍କରେ ଏଭଳି ମତ‌ ରଖିଛନ୍ତି ଶ୍ରୀ ରାଉତରାୟ।

ଆହୁରି କହିଥିଲେ, ଏହା ବାଲିଯାତ୍ରା ସୁନାମକୁ ବଦନାମ୍ କରୁଛି। ରାଜ୍ୟ ବାହାରେ ଥିବା ମୋର କିଛି ବନ୍ଧୁ ବାଲିଯାତ୍ରାକୁ ନେଇ ଆରୋପ ବିବାଦକୁ ନାପସନ୍ଦ କରିଛନ୍ତି। ପୂର୍ବାପେକ୍ଷା ଏଥର ବାଲିଯାତ୍ରା ବହୁତ୍ ଭଲ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ୍ ଦେଇଛନ୍ତି ସୁରେଶ ରାଉତରାୟ।