PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆଇପିଏଲ୍ ମ୍ୟାଚରେ ‘ଆଣ୍ଟି-ମୋଦୀ ସ୍ଲୋଗାନ୍’ ଦେଇ ବିବାଦରେ ଫସିଲେ କଂଗ୍ରେସ ବିଧାୟକଙ୍କ ପୁଅ ମହମ୍ମଦ ନଲାପଦ

ବେଙ୍ଗାଲୁର ୯।୪: କଂଗ୍ରେସ ବିଧାୟକ ଏମ୍‌ଏନ୍‌ ହରିସଙ୍କ ପୁଅ ମହମ୍ମଦ ନଲାପଦ ବେଙ୍ଗାଲୁରରେ ଚାଲୁଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଆଣ୍ଟି-ମୋଦୀ ସ୍ଲୋଗାନ ଦେଇ ବିବାଦରେ ଫସିଛନ୍ତି। ସେ ମୋଦୀ ବିରୋଧୀ ସ୍ଲୋଗାନ ଦେଉଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

ବେଙ୍ଗାଲୁର୍‌ ଗ୍ରାଉଣ୍ଡ୍‌ରେ ରୟାଲ୍‌ ଚ୍ୟାଲେଞ୍ଜ ବେଙ୍ଗାଲୁର(ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍‌(ଡିସି) ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ମହମ୍ମଦ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରି ‘ଚୌକିଦାର ଚୋର୍‌ ହୈ’ ସ୍ଲୋଗାନ ଦେଇଥିଲେ।

ମହମ୍ମଦ ନଲାପଦ ଏଥର ପ୍ରଥମ ଥର ପାଇଁ ବିବାଦରେ ନାହାନ୍ତି। ତାଙ୍କ ନାମରେ ପୂର୍ବରୁ ବି ବିବାଦ ରହିଛି। ତାଙ୍କ ନାମରେ ପୂର୍ବରୁ ହତ୍ୟା ଉଦ୍ୟମ ମାମଲା ରହିଛି। ତେବେ ଆଇପିଏଲ୍‌ ଗ୍ରାଉଣ୍ଡ୍‌ରେ ନିର୍ବାଚନୀ ପ୍ରଚାର ମହମ୍ମଦଙ୍କୁ ବିବାଦ ଘେର ଭିତରକୁ ଟାଣି ନେଇଛି।

ଗତବର୍ଷ ଫେବ୍ରୁଆରି ୧୯ ତାରିଖରେ ବେଙ୍ଗାଲୁର ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କ ପୁଅ ଉପରେ ଆକ୍ରମଣ କରି ମହମ୍ମଦ ନଲାପଦ ବିବାଦରେ ରହିଥିଲେ। ସେ ଘଟଣା ପରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦ ହରାଇ ବସିଥିଲେ।