ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କଂଗ୍ରେସକୁ ମୋଦୀଙ୍କ କଟାକ୍ଷ; କହିଲେ, 'କ୍ଷମତାରେ ଥିବା ବେଳେ ଗରିବ ହଟାଇବାର ନାରା ଦେଇ ଗରିବଙ୍କ ସଂଖ୍ୟା ବଢ଼ାଇଦେଲ'

ନୂଆଦିଲ୍ଲୀ,୦୧/୧୨: ଗରିବ ହଟାଇବା ପ୍ରସଙ୍ଗକୁ ନେଇ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଛନ୍ତି ଯେ, ସବୁଠାରୁ ପୁରୁଣା ରାଜନୈତିକ ଦଳର ଶାସନରେ ଗରିବ ହଟାଇବା ଭଳି କେବଳ ନାରା ଦେଇ ଦେଶକୁ ଭୁଆଁ ବୁଲାଯାଇଥିଲା। ବାସ୍ତବରେ କଂଗ୍ରେସ ଶାସନ ସମୟରେ ଗରିବଙ୍କ ସଂଖ୍ୟା ବଢ଼ିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଗୁଜୁରାଟରେ ଛୋଟ ଉଦୟପୁର ଜିଲ୍ଲାର ବୋଦେଲି ନଗରରେ ସେ ଏକ ରାଲିରେ ସମ୍ବୋଧନ କରୁଥିଲେ, ଯେଉଁଠି କି ଆସନ୍ତା ୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ।

ମୋଦୀ ଯୁକ୍ତି ବାଢ଼ିଥିଲେ ଯେ, "ଦଶନ୍ଧି ଦଶନ୍ଧି ଧରି କଂଗ୍ରେସ ସମାନ କଥା କହି ଆସୁଛି ଯେ, ଦେଶରୁ ଦାରିଦ୍ର‍୍ୟତା ହଟିବ। ଲୋକମାନେ ମଧ୍ୟ କଂଗ୍ରେସକୁ ଦାରିଦ୍ର‍୍ୟତା ହଟାଇବାକୁ ସହଯୋଗ କରିଥିଲେ ବି କଂଗ୍ରେସ କିନ୍ତୁ ଲୋକଙ୍କୁ ଦାରିଦ୍ର୍ୟତାରୁ ଆପେ ବାହାରିବାକୁ ପରାମର୍ଶ ଦେଇଥିଲା। ସେ କେବଳ ନାରାବାଜି, ମିଛ ପ୍ରତିଜ୍ଞା ଏବଂ ଲୋକଙ୍କୁ ଭ୍ରମିତ କରିଥିଲେ। ଏହି କାରଣରୁ କଂଗ୍ରେସ ସରକାରଙ୍କ ସମୟରେ ଦରିଦ୍ରତା ବୃଦ୍ଧି ପାଇଥିଲା। ''

ମୋଦୀ କହିଛନ୍ତି ଯେ, ପୂର୍ବତନ କଂଗ୍ରେସ ନେତୃତ୍ବଧିନ ସରକାରଙ୍କ ନୀତି କାରଣରୁ ଗରିବଶ୍ରେଣୀର ନାଗରିକ ଅର୍ଥନୀତିରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିପାରିନଥିଲେ। ଯଦିଓ କଂଗ୍ରେସ ଶାସନରେ ବ୍ୟାଙ୍କ ଗୁଡ଼ିକର ରାଷ୍ଟ୍ରୀକରଣ ହୋଇଥିଲା, ତଥାପି ଗରିବ ଲୋକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ପାରିନଥିଲେ। ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ କଂଗ୍ରେସ ଗରିବ, ଆଦିବାସୀ ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଶିଳ୍ପ ଶ୍ରେଣୀରେ ପ୍ରାଥମିକତା ଦେଇନଥିଲା। ଚଳିତ ବର୍ଷ ଆରମ୍ଭରେ ଯେତେବଳେ ଆଦିବାସୀ ନେତା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ଚୟନ କରାଯାଇଥିଲା, ସେତେବେଳେ ବି କଂଗ୍ରେସ ଏହାକୁ ସମର୍ଥନ କରିବା ବଦଳରେ ତାର ସ୍ବତନ୍ତ୍ର ପ୍ରାର୍ଥୀଙ୍କୁ ଠିଆ କରିଥିଲା। ସୂଚନାଥାଉକି, ଆଜି (ଗୁରୁବାର) ଠାରୁ ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଏହା ପରେ ଜନସଭା ବେଳେ କଂଗ୍ରେସକୁ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Copyright © 2022 - Summa Real Media Private Limited. All Rights Reserved.