PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଶଶି ଥରୁର୍‌ଙ୍କୁ ଶକ୍ତ ଝଟ୍‌କା, ୭୦୦ ପ୍ରତିନିଧିଙ୍କ ଭିତରୁ ବୈଠକରେ ଯୋଗ ଦେଲେ ମାତ୍ର ୧୨ ଜଣ…

ଚେନ୍ନାଇ: ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ କଂଗ୍ରେସ ପ୍ରଥମଥର ପାଇଁ ଜଣେ ଅଣ-ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବାକୁ ଯାଉଛି । ଏଥିପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରି ସାରିଛି ଦଳ । ତେବେ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଦୌଡରେ ସାମିଲ ହୋଇଥିବା ଦଳର ବରିଷ୍ଠ ନେତା ଶଶି ଥରୁରଙ୍କୁ ଏକ ଶକ୍ତ ଝଟକା ଲାଗିଛି । ତାମିଲନାଡୁର ଦଳର ପ୍ରତିନିଧିଙ୍କ ଠାରୁ ନିଷ୍କ୍ରିୀୟ ପ୍ରତିକ୍ରିୟା ପାଇବା ପରେ ସେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ସୂଚନାଥାଉକି, ୬୬ ବର୍ଷୀୟ ଥରୁର ଗୁରୁବାର (ଅକ୍ଟୋବର ୬) ଚେନ୍ନାଇରେ ରାଜ୍ୟର ୭୦୦ ରୁ ଅଧିକ କଂଗ୍ରେସ ପ୍ରତିନିଧୀଙ୍କ ସମର୍ଥନ ଲୋଡିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୧୨ ଜଣ ତାଙ୍କ ସଭାରେ ଯୋଗ ଦେଇଥିଲେ । ଏହି ବୈଠକ ଦଳର ରାଜ୍ୟ ମୁଖ୍ୟାଳୟ ସାଥୀୟାମୂର୍ତ୍ତି ଭବନରେ ଅନୁଷ୍ଠିତ ହୋଇଥିଲା । ଦଳୀୟ ସୂତ୍ରରୁ ଜଣାପଡିଛି ଯେ ଥୁରୁର୍‌ଙ୍କ ଏହି ବୈଠକରେ ଭାଗନେଲେ ଦଳର ପ୍ରାର୍ଥି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୁଦ୍ଧରେ ଯାଇଥିବାର ଦେଖାଯାଏ । କାରଣ ତାଙ୍କ ଉପରେ ଗାନ୍ଧୀ ପରିବାରର ସମର୍ଥନ ରହିଛି । ଅଶୋକ ଗେହଲଟ୍ ଦୌଡ଼ରୁ ବାହାରିବା ପରେ ଶେଷ ମୁହୂର୍ତ୍ତରେ ଖାର୍ଗେଙ୍କୁ ପ୍ରବେଶ କରାଯାଇଥିଲା ।

ଏନେଇ ଥରୁର୍ ଚେନ୍ନାଇରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, “ଯଦି ସେମାନେ ମୋର ସଭାରେ ଯୋଗଦେବାକୁ ଭୟ କରିଥାନ୍ତି, ତେବେ ଏହା ସେମାନଙ୍କର କ୍ଷତି । ଏଠାରେ ଆମେ ଏକ ଗଠନମୂଳକ ଆଲୋଚନା କରିପାରିଥାନ୍ତେ ।” ସେ କହିଛନ୍ତି, “ଗାନ୍ଧୀ ପରିବାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କର କୌଣସି ପାରିବାରିକ ପ୍ରାର୍ଥୀ ନାହାଁନ୍ତି । ସୂଚନାଥାଉକି, ଯେ ଥରୁର ହେଉଛନ୍ତି ପ୍ରଥମ ନେତା, ଯିଏକି କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସେ ଏହା ଘୋଷଣା କରିଥିଲେ ।

ଗତ ସପ୍ତାହରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଥରୁର କହିଛନ୍ତି ଯେ ସୋନିଆ ଗାନ୍ଧୀ ହିଁ ତାଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ୱାଗତ କରିଛନ୍ତି । ସୋନିଆ ଗାନ୍ଧୀ କହିଛନ୍ତି ଯେ ଦଳର କୌଣସି ” ପାରିବାରିକ ପ୍ରାର୍ଥୀ” ରହିବ ନାହିଁ ଏବଂ ତାଙ୍କ ପରିବାର ଏଥିପାଇଁ ନିରପେକ୍ଷ ରହିବେ ।  

ସମ୍ବନ୍ଧିତ ଖବର